ଓଡିଶା

ଧାନକଟା ମେସିନ ଓଲଟି ୨ ଯୁବକଙ୍କ ମୃତ୍ୟୁ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲାର ରାଇବଣିଆ ଥାନା ଅଞ୍ଚଳରେ ଧାନକଟା ମେସିନ ଓଲଟି ପଡିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁୁଯାୟୀ, ବାଲେଶ୍ୱର ଜିଲ୍ଲାର ରାଇବଣିଆ ଥାନା ଅନ୍ତର୍ଗତ ଖୁଆଡ ଗାଁର ୨ ଜଣ ଯୁବକ ବିଲରେ ଧାନ କାଟିବା ଲାଗି ଧାନକଟା ମେସିନ ଆଣିଥିଲେ । ରବିବାର ସକାଳେ ଧାନକଟା ସରିବା ପରେ ଯୁବକ ଦ୍ୱୟ ମେସିନକୁ ଟ୍ରାକ୍ଟରରେ ଲୋଡ କରି ନେବାଲାଗି ଚେଷ୍ଟା କରୁଥିଲେ । ହଠାତ ଉଭୟଙ୍କର ଅସାବଧାନତା ଯୋଗୁ ଧାନ କଟା ମେସିନ ସେମାନଙ୍କ ଉପରକୁ ଓଲଟି ପଡିଥିଲା । ଫଳରେ ଦୁହେଁ ଗୁରୁତର ଭାବେ ଆହତ ହୋଇଥିଲେ । ଏହା ଦେଖି ପାଖରେ ଥିବା ଗାଁ ଲୋକେ ଉଭୟ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Related posts

ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା, ସ୍ତ୍ରୀର ମୁଣ୍ଡଗଣ୍ଡି କଲା ଅଲଗା

mahabharatanews

ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟା

mahabharatanews

ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ

mahabharatanews