ଓଡିଶା

ଧାନ ବିକ୍ରୀ ପାଇଁ ଆମ୍ବୁଲାନ୍ସରେ ଆସିଲେ ଚାଷୀ

(ମହାଭାରତ, ସୋନପୁର): ଧାନ ବିକ୍ରୀ କରିବାକୁ ଚାଷୀ ଆମ୍ବୁଲାନ୍ସରେ ଆସି ପହଞ୍ଚିଛନ୍ତି । ଏଭଳି ଏକ ଘଟଣା ସୋନପୁର ଜିଲ୍ଲାରେ ସାମ୍ନାକୁ ଆସିଛି । ତେବେ ଧାନ ବିକ୍ରୀ କରିବାକୁ ଆସିଥିବା ଚାଷୀ ସରଭର ଡାଉନ ଥିବାରୁ ଧାନ ବିକ୍ରୀ କରି ନପାରି ନିରାଶ ହୋଇ ଫେରି ଯାଇଥିଲେ । ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭଜବଳପୁର ଗାଁର ଗୋବିନ୍ଦ ମିଶ୍ର ଗତ କିଛି ଦିନ ତଳେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କ ବାମ ଗୋଡ ଓ ବାମ ହାତ ଭାଙ୍ଗି ଯାଇଥିବାରୁ ବର୍ତ୍ତମାନ ସେ ବୁର୍ଲା ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପଟେ ଧାନମଣ୍ଡିରେ ଧାନ ବିକ୍ରୀ ବେଳେ ଚାଷୀ ନିଜେ ଉପସ୍ଥିତ ରହିବା ବାଧ୍ୟତାମୂଳକ ବୋଲି ସରକାର ନିୟମ କରିଥିବାରୁ ଏନେଇ ସେ ସୋନପୁର ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଯୋଗାଣକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ । କିନ୍ତୁ କେହି ନ ଶୁଣିବାରୁ ଶେଷରେ ବାଧ୍ୟ ହୋଇ ଗତ ସୋମବାର ସନ୍ଧ୍ୟାରେ ବୁର୍ଲାରୁ ଏକ ଆମ୍ବୁଲାନ୍ସ ଯୋଗେ ୧୨୦ କିଲୋମିଟର ଆସି ଧାନ ମଣ୍ଡିରେ ପହଞ୍ଚିଥିଲେ । କିନ୍ତୁ ସର୍ଭର କାମ କରୁ ନ ଥିବାରୁ ଆଣିଥିବା ଧାନ ବିକ୍ରୀ କରି ନପାରି ନିରାଶ ହୋଇ ଫେରିଯାଇଥିଲେ । ତେବେ ଗୋବିନ୍ଦ ୧୦୦ କ୍ୱିଣ୍ଟାଲ ଧାନ ବିକ୍ରୀ କରିବା ପାଇଁ ଟୋକନ ପାଇଥିବା ବେଳେ ପୁଣି କେବେ ଟୋକନ ମିଳିବ ତାହା ଏବେ ଅନିଶ୍ଚିତତା ଘେରରେ ରହିଛି ।

Related posts

ଲକ୍ଷେ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀଙ୍କୁ କାବୁ କଲେ ଗ୍ରାମବାସୀ

mahabharatanews

୨୯ରୁ ଶୁଳିଆ ମହୋତ୍ସବ

mahabharatanews

ମଦର ଡାଏରୀ କ୍ଷୀର ମୂଲ୍ୟ ବୃଦ୍ଧି

mahabharatanews

Leave a Comment