ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଧୂମପାନ ବୟସ ୨୧କୁ ବୃଦ୍ଧି କରିବାକୁ ଯୋଜନା କରୁଛି । ଏହି ବୟସ ବର୍ତ୍ତମାନ ୧୮ ରହିଛି । ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି, ଯେଉଁମାନଙ୍କୁ ୨୧ ବର୍ଷ ହୋଇଥିବ ସେମାନେ ଧୂମପାନ କରିବା ପାଇଁ ନିୟମ କରାଯିବ । ଦେଶରେ ଟୋବାକୋ ବ୍ୟବହାରକୁ ହ୍ରାସ କରିବା ଲକ୍ଷ୍ୟରେ ସିଗାରେଟ ଓ ଅନ୍ୟାନ୍ୟ ଟୋବାକୋ ଉତ୍ପାଦ ଆଇନ (କୋଟପା) ଅନ୍ତର୍ଗତ କରାଯିବ ।
ଏଥିନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଟୋବ।।କୋ ନିୟନ୍ତ୍ରଣ ପ।।ଇଁ ଏକ ଲିଗାଲ ସବ ଗ୍ରୁପ ଗଠନ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣ।।ଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଏହାକୁ ନେଇ ଏକ ସୁପାରିଶ ପତ୍ର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି । ଟୋବାକୋ ବ୍ୟବହାର ବୟସ ୨୧କୁ ବୃଦ୍ଧି କରିବା ସହ ଏହି ଆଇନ ଅମାନ୍ୟକାରୀଙ୍କଠାରୁ ଅଧିକ ଜରିମାନା ଆଦ।।ୟ କରାଯିବାକୁ ମଧ୍ୟ ସୁପାରିଶ କରାଯାଇଛି । କୈଶେ।।ରାବସ୍ଥାରେ ଟ୍ରୋବାକୋ କବଳରେ ଆନନ୍ଦ ଉଲ୍ଲାସରେ ବହୁ କିଶୋର ପଡିଯାଇଥାନ୍ତି । ଆଇନ ଅନୁଯାୟୀ, ଧୂମପାନ ବୟସ ବୃଦ୍ଧି କରିବା ଦ୍ୱାରା ଯେଉଁ କିଶୋରମାନେ ଧୂମପାନ ଅଭ୍ୟାସରେ ପଡୁଛନ୍ତି ସେମାନଙ୍କୁ ମୁକୁଳା ଯାଇପାରି । ଏପରିକି, ଅଭିଭାବକମାନେ ମଧ୍ୟ ୨୧ ବର୍ଷ ତଳକୁ ସେମାନଙ୍କ ପିଲାଙ୍କୁ ଦୋକାନକୁ ଏସବୁକୁ କିଣିବାକୁ ପଠାଇବେ ନାହିଁ । ଅଧିକାରୀ ଆହୁରି କହିଛନ୍ତି, ମନ୍ତ୍ରଣାଳୟ ଆହୁରି ମଧ୍ୟ ଯୋଜନା କରୁଛି, ଆଇନ ଅମାନ୍ୟକାରୀଙ୍କ ଜରିମାନା ଅର୍ଥକୁ ବୃଦ୍ଧି କରିବ, ଯାହା ବର୍ତ୍ତମାନ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସିଗାରେଟ ଓ ଟୋବାକୋ ଉତ୍ପାଦର ଅବୈଧ ବ୍ୟବସାୟ ବନ୍ଦ କରିବାକୁ ଆମେ ଏକ ଟ୍ରାକିଂ ସିଷ୍ଟମର ଗଠନ କରିବାକୁ ଯାଉଛି । ଟୋବାକୋ ଉତ୍ପାଦର ପ୍ୟାକେଟ ଉପରେ ଏକ ବାର କୋଡ ବ୍ୟବହାର ହେବ, ଯାହା ଏନଫୋର୍ସମେଣ୍ଟ ଦଳ ଦ୍ୱାରା ସ୍କାନ ହୋଇ ଉତ୍ପାଦ ସଠିକ ମାର୍ଗରେ ବଜାରରେ ପହଞ୍ଚୁଛି କି ନାହିଁ ଓ ଏଥିନେଇ ଟାକ୍ସ ଦିଆଯାଇଛି କି ନାହିଁ ତାହା ଜଣାପଡିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।
ଯଦି ଧୂମପାନର ବୟସ ୧୮ରୁ ୨୧କୁ ବୃଦ୍ଧି କରାଯାଏ ତେବେ ଏହା ଏକ ଉତ୍ତମ ପଦକ୍ଷେପ ହେବ ଓ ଏଥିନେଇ କୋଟପା ଆଇନରେ ସଂଶୋଧନ ଅଣାଯିବ । ଏହାକୁ ଲାଗୁ କରିବାକୁ ଏନଫୋର୍ସମେଣ୍ଟକୁ ଆହୁରି ଶକ୍ତିଶାଳୀ କରାଯି । ଗ୍ଲୋବାଲ ୟୁଥ ଟୋବାକୋ ସର୍ଭେ ଅଇଣ୍ଡିଆ ୨୦୦୯ ଅନୁଯାୟୀ, ୧୪.୬% ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ମ, ୯ମ ଓ ୧୦ମ ଶ୍ରେଣୀର ୧୯% ପୁଅ ଓ ୮.୩% ଝିଅ ଟୋବାକୋ ବ୍ୟବହାର କରରୁଛନ୍ତି । ଏହା ବ୍ୟତୀତ ଟୋବାକୋ ନିୟନ୍ତ୍ରଣ ଉପରେ ପାଠ୍ୟକ୍ରମରେ ଏକ ଅଧ୍ୟାୟ ରହିବା ଆବଶ୍ୟକ, ଯେପରି ଶିକ୍ଷକ ଓ ମାତାପିତା ମଧ୍ୟ ଏଥିରେ ଶିକ୍ଷିତ ହୋଇପାରିବେ । ଏଥିନେଇ ଏନସିଆରଟିକୁ ଲେଖାଯାଇଥିବା ଦିଲ୍ଲୀ ସରକାରର ସ୍ୱାସ୍ଥ୍ୟ ବିଭାଗର ଅଦିରିକ୍ତ ନିର୍ଦ୍ଦେଶକ ଜଣାଇଛନ୍ତି ।