ଅପରାଧ

ନକଲି ଜର୍ଦ୍ଦା କାରଖାନାରେ ଚଢାଉ, ୪ ଗିରଫ

(ମହାଭାରତ, ଯାଜପୁର): ପୁଣି ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି । ଯାଜପୁରର ବିଦ୍ୟାଧରପୁର ଗାଁରେ ଏକ ନକଲି ଜର୍ଦ୍ଦା କାରଖାନା ଉପରେ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବୈରୀ ଥାନା ବିଦ୍ୟାଧରପୁର ଗାଁରେ ଥିବା ଏକ ନକଲି ଜର୍ଦ୍ଦା କାରଖାନାରେ ପୋଲିସ ସୋମବାର ଚଢାଉ କରିଛି । ଉକ୍ତ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଏସଡିପିଓଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଛି । ଏହି ଚଢାଉ ବେଳେ ବହୁ ନାମୀଦାମୀ କମ୍ପାନୀର ଲୋଗୋ, ପ୍ୟାକେଟ ସହ ବିପୁଳ ପରିମାଣରେ ଜର୍ଦ୍ଦା ଜବତ ହୋଇଛି । ପୋଲିସ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related posts

ବ୍ୟବସାୟୀଙ୍କୁ ଅପହରଣ ଓ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜା ଗିରଫ

mahabharatanews

ନିଜେ ଚୋର ହୋଇ ଲୁଟ ହେଇଥିବା ଅଭିଯୋଗ କଲେ

mahabharatanews

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews