(ମହାଭାରରତ, ଫୁଲବାଣୀ): କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏକ ଅଭାବନୀୟ ଘଟଣା ଘଟିଛି । ନଦୀରେ ଗାଧୋଇବା ବେଳେ ବିସ୍ପୋରଣ ଘଟି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ଗତ ବୁଧବାର କଲେଜ ଛକ ନିକଟ ସାଲୁଙ୍କୀ ନଦୀରେ ଗାଧୋଉଥିଲେ । ଏହି ସମୟରେ ହଠାତ ନଦୀ ଭିତରେ ବିସ୍ଫୋରଣ ହୋଇଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ନଦୀରୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ପରେ ଉକ୍ତ ବ୍ୟକ୍ତିଙ୍କ ଡାହାଣ ହାତ ଛିଣ୍ଡି ଯାଇଥିବା ବେଳେ ମୁହଁ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ତାଙ୍କ ଘର ବିଶିପଡା ମାଝିପଦର ଗାଁରେ ବୋଲି ଜଣାପଡିଛି । କିଛି ଦିନ ହେବ ସେ କଲେଜ ଛକ ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ତେବେ ନଦୀରେ କିଭଳି ବିସ୍ପୋରଣ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମାଛ ନ ଧରିବା ପାଇଁ ନଦୀରେ କେହି ବିସ୍ଫୋରକ ଖଞ୍ଜିଥିବାରୁ ଏଭଳି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି ।
previous post