ଓଡିଶା

ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

(ମହାଭାରତ, ମାଲକାନଗିରି): ମାଲକାନଗିରି ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ନିକଟରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତଦେହଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଥିବା ବେଳେ ତାକୁ ଉଦ୍ଧାର କରାଯାଇଛି । ଏହି ଘଟଣା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ଡାକ୍ତରଖାନା ପରିସରରେ ଥିବା ଲୋକେ ଶିଶୁ କନ୍ୟାର ମୃତଦେହ ପଡିଥିବା ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଏହାସହ ପୋଲିସକୁ ମଧ୍ୟ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ତେବେ ଶିଶୁ କନ୍ୟାର ମୃତଦେହକୁ ଏଭଳି ଅବସ୍ଥାରେ କିଏ ପକାଇଛି ତାହା ସ୍ପଷ୍ଟ ହୋଇନାହିଁ । ଜନ୍ମହେବା ପରେ ଡାକ୍ତରଖାନା ନିକଟସ୍ଥ କେଉଁ ସ୍ଥାନରେ ଫିଙ୍ଗି ଦିଆଯାଇଥିଲା, ଯାହାକୁ ହୁଏତ କୁକୁର ଟାଣି ଆଣି ଡାକ୍ତରଖାନା ପରିସରରେ ପକାଇଥିବା ଅନୁମାନ କରାଯାଉଛି । ପୋଲିସ ଏନେଇ ଘଟଣାର ତଦନ୍ତ କରୁଛି ।

Related posts

୬୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ନ୍ଧନା କଲା ଜିଲ୍ଲଶ ବିଜେଡି

mahabharatanews

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ

mahabharatanews

ମେୟରଙ୍କ ନେତୃତ୍ୱରେ ବିଏମସିର ଆଜି ବସିବ ଦ୍ୱିତୀୟ ପରିଷଦ ବୈଠକ

mahabharatanews