ଓଡିଶା

ନାବାଳିକା ଝିଅର ଅଶ୍ଳୀଳ ଫଟୋ ଭାଇରାଲ

(ଜଳେଶ୍ବର /ଅଜିତ ସାହୁ)– ଦିନକୁ ଦିନ ମାନବିକତା ମରି ମରି ଯାଉଛି, ଅସାମାଜିକ କାର୍ୟ୍ୟ କଳାପ ବୃଦ୍ଧି ପାଉଛି। ସରକାର ମାଆକୁ ସମ୍ମାନ କହୁଥିବା ବେଳେ, ଆମର ଆଇନ କାନୁନ ଓ ବିଚାର ବ୍ୟବସ୍ଥା ମଧ୍ୟ ଏଭଳି ଘଟଣାକୁ ଅତି ଗୁରୁତର ସହିତ ନେଇ ଅଭିଯୁକ୍ତମାନଙ୍କ ଶକ୍ତ ଦଣ୍ଡରେ ଦଣ୍ଡିତ କରିବାର ନଜିର ରହିଛି । ତେବେ ଏସବୁ ସତ୍ତ୍ୱେ ସମାଜରୁ ନାରୀ ନିର୍ୟାତନା, ନାରୀମାନଙ୍କ ପ୍ରତି ଜୁଲୁମ, ଅଶ୍ଳୀଳ ଇଙ୍ଗିତ କମୁ ନାହିଁ ବରଂ ଦିନକୁ ଦିନ କ୍ରମଶଃ ବଢି ଚାଲିଛି । ଅଭିଯୋଗ ଅନୁଯାୟୀ ଜଳେଶ୍ୱଏ ଥାନା ନାଁମ୍ପ ଫାଣ୍ଡି ଅଂଚଳରେ ଜଣେ ମେଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରୀର ଫଟୋକୁ କିଛି ଅସାମାଜିକ ଯୁବକ ଅଶ୍ଳୀଳ ଏଡ଼ିଟିଙ୍ଗ କରିବା ଓ ଉକ୍ତ ନାବାଳିକା ଝିଅ ସହିତ ତାର ବାପା ମାଆ ପରିବାର ବର୍ଗଙ୍କୁ ସର୍ବସାଧରଣରେ ଓ ମୋବାଇଲରେ ଗାଳି ଗୁଳଜ କରିବା ସହିତ ଗାଳି ଗୋଲଜର ଭଏସ ରେକର୍ଡ ଓ ଅଶ୍ଳୀଳ ଏଡିଟିଙ୍ଗ ଫଟୋ ଭାଇରାଲ କରୁଛନ୍ତି । ପରିବାର ପକ୍ଷରୁ ଏହାର ପ୍ରତିବାଦ କଲେ ଫିଲ୍ମି ଷ୍ଟାଇଲରେ ବାଟ ଅବରୋଧ କରି ଗାଡି ଅଟକାଇ ଧମକ ଚମକ ଦେଉଛନ୍ତି । ନାବାଳିକା ଝିଅଟି ଲଜ୍ୟାରେ ମାନସିକ ଭାରସାମ୍ୟ ହରାଇ ଆତ୍ମ ହତ୍ୟା ଉଦ୍ୟମ କରିଥିବା ମଧ୍ୟ ଜଣା ପଡ଼ିଛି । ଏନେଇ ଝିଅର ମାଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଧନେଶ୍ୱର ସାହୁ ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ନେଇ ୧୧୬ /୨୦ ନମ୍ବରରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିଲେ । ଏନେଇ ଜଳେଶ୍ୱର ପୋଲିସ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଦେବକୁମାର ଗ୍ରାମର ଟୁକୁନା (ଛଦ୍ମନାମ) । ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁଵ ଶୀଘ୍ର ଧରାଜୀବ ବୋଲି ଜଳେଶ୍ୱର ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ସାଧାରଣରେ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଶକ୍ତ କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଛି । ଅନ୍ୟ ପଟେ ଜଳେଶ୍ୱର ପୋଲିସର ଏଭଳି କାର୍ୟ୍ୟଦକ୍ଷତାକୁ ସାଧାରଣରେ ପ୍ରସଂଶା କରାଯାଇଛି।

Related posts

୧୪ ବଖରା ଘର ପୋଡି ପାଉଁଶ

mahabharatanews

ପସନ୍ଦିତା ଜାଗା ଦେଇ ବାପାଙ୍କୁ ଖୁସିକଲେ ଦୁଇ ସଂସ୍ଥା

mahabharatanews

ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ

mahabharatanews