Uncategorized

ନାବାଳିକା ବଳାତ୍କାର: ତଦନ୍ତ ଚଳାଇଛି ପୁଲିସ

କ୍ରିଷ୍ଣା: ଆନ୍ଧ୍ରପ୍ରଦେଶର ନୁଜିଭିଡୁ ସହରରେ ଜଣେ ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ବଳାତ୍କାର ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ପୁଲିସ ଅନୁଯାୟୀ, ଜଣେ ୧୦ ବର୍ଷର ବାଳିକା ଗତକାଲି ରାତି ୧୦.୩୦ରୁ ନିଖୋଜ ହୋଇଯାଇଥିଲା । ଏହାକୁ ନେଇ ତାର ପିତାମାତା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ରାତ୍ରି ପାଟ୍ରୋଲିଂ ସମୟରେ ସର୍କଲ ଇନିସ୍ପେକ୍ଟର ରାମାଚନ୍ଦ୍ର ରାଓ ଦେଖିବାକୁ ପାଇଥିଲେ, ନାବାଳିକାଟି ଏକ ନିକାଞ୍ଚନ ଅଞ୍ଚଳରେ ବସି କାନ୍ଦୁଥିବା ଦେଖିବାକୁ ପାଇ ନେଇ ଆସିଥିଲେ । ସେ କୌଣସି ଅଜ୍ଞାତ ଲୋକ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ସବ ଇନିସ୍ପେକ୍ଟର ସୂଚନା ଦେଇଛନ୍ତି । ପୁଲିସ ପୀଡିତାକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଏହାପରେ ସେଠାରୁ ତାଙ୍କୁ ବିଜେୱାଡାର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ମାମଲାରେ ପୁଲିସ ପକସୋ ଆକ୍ଟ ଧାରା ୪ ଓ ଆଇପିସିର ୩୭୬ ଏବିରେ କେଶ ରୁଜୁ କରିଛି । ପୁଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଚଳାଇଛି ।

Related posts

ଆଜି ସାହିନବାଗ ପ୍ରଦର୍ଶନକାରୀ ଶାହାଙ୍କୁ ଭେଟିବେ

mahabharatanews

ଚୀନ ବୈଜ୍ଞାନିକଙ୍କ କରୋନା ପ୍ରତିଷେଧକ ଟୀକାର ଦ୍ୱିତୀୟ ପରୀକ୍ଷଣ

mahabharatanews

ନଦୀରେ ଭାସୁଛି ୫୦ ମୃତଦେହ

mahabharatanews