Uncategorized

ନାଭିକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ବ୍ୟବହାର କରନ୍ତୁ ଏହି ଉପାୟ

(ମହାଭାରତ): ଶରୀରର ଅନ୍ୟ ଅଙ୍ଗ ଭଳି କେହି ନାଭିର ଯତ୍ନ ନେଇନଥାନ୍ତି । ଅନ୍ୟ ରଙ୍ଗର ସୁନ୍ଦରତା ଉପରେ ପ୍ରାୟ ସମସ୍ତେ ଧ୍ୟାନ ଦେଉଥିବାବେଳେ ନାଭିଙ୍କୁ କେହି ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ । ମାତ୍ର ଜିନ୍ସ,ସର୍ଟ ଟପ୍ କିମ୍ବା କିଛି ଖରାଦିନିଆ ପୋଷାକ ପିନ୍ଧିବା ବେଳେ ନାଭି ଦିଶିଥାଏ । ଏହା ବର୍ତ୍ତମାନ ଏକ ଷ୍ଟାଇଲରେ ପରିଣତ ହୋଇଛି । ଏଣୁ ଯଦି ନାଭି କଳା ହୋଇଥିବ ତେବେ ଅନ୍ୟମାନଙ୍କ ସାମ୍ନାରେ ଛୋଟ ଡ୍ରେସ ପିନ୍ଧିବା ବେଳେ ସଙ୍କୋଚ ଲାଗିବା ସ୍ୱାଭାବିକ । ତେଣୁ ନାଭିର ଯତ୍ନ ନେବା ଆବଶ୍ୟକ । ଏହା ଉଭୟ ସ୍ୱାସ୍ଥ୍ୟ ଓ ଫ୍ୟାଶନ ପାଇଁ ବେଶ ଜରୁରୀ । ତେବେ ଆସନ୍ତୁ ଜାଣିବା କେଉଁ ଭଳି ଭାବେ ନାଭିକୁ ସୁନ୍ଦର କରିହେବ …
ବେସନ:
ନାଭିକୁ ସୁନ୍ଦର କରିବା ପାଇଁ ଆପଣ ବେସନ ବ୍ୟବହାର କରିପାରିବେ । ବେସନରେ ଅଳ୍ପ ସୋରିଷ ତେଲ ଓ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ନାଭିରେ ଲଗାଇ ଶୁଖିବା ପାଇଁ ଛାଡିଦିଅନ୍ତୁ । ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । କିଛି ଦିନ ଏଭଳି କଲେ ନାଭିର କଳାପଣ ଦୂରେଇ ଯିବ ।
ହଳଦୀ:
ତ୍ୱଚା ପାଇଁ ହଳଦୀ ବେଶ ଉପକାରୀ ହୋଇଥାଏ । ନାଭିର କଳାପଣ ଦୂର କରିବାକୁ ମଧ୍ୟ ହଳଦୀକୁ ବ୍ୟବହାର କରିହେବ । ଏଥିପାଇଁ ହଳଦୀରେ ମଲାଇ,କ୍ଷୀର ଓ ବେସନ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତତ କରି ଏହାକୁ ୧୦ ମିନିଟ ପାଇଁ ନାଭିରେ ଲଗାନ୍ତୁ । ପ୍ରତିଦିନ ଗାଧୋଇବା ପୂର୍ବରୁ ଏଭଳି କରିବା ଦ୍ୱାରା ନାଭିର କଳାପଣ ଦୂର ହେବ ।
ବେକିଂ ସୋଡା:
ବେକିଂ ସୋଡାରେ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ନାଭି ଓ ତଳିପେଟରେ ଲଗାନ୍ତୁ । ଅଧଘଣ୍ଟା ପରେ ଏହାକୁ ସଫା କରିଦିଅନ୍ତୁ । ଦେଖିବେ ପେଟର ତଳି ଭାଗ ସମେତ ନାଭିର କଳାପଣ ଦୂରେଇଯିବ ।
ଅଲିଭ ଅଏଲ:
ନାଭିକୁ ମଶ୍ଚରାଇଜ୍ ରଖିବା ପାଇଁ ଗାଧୋଇ ସାରିବା ପରେ ଅଲିଭ ଅଏଲ ମସାଜ୍ କରନ୍ତୁ । ଏହା ଗୋରା ଓ ସଫା ହୋଇଯିବ ।

Related posts

ସୁପ୍ରିମ କୋର୍ଟ ପରିସରରେ ସମ୍ବିଧାନ ମୁଖବନ୍ଧ ପାଠ

mahabharatanews

କଣ୍ଟେନର ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ

mahabharatanews

ଶ୍ରୀଲଙ୍କା ସଂସଦ ଭାଙ୍ଗିଲା, ଏପ୍ରିଲରେ ନିର୍ବାଚନ

mahabharatanews

Leave a Comment