ଓଡିଶା

ନିଆଁ ପୁଇଁ ହେବାବେଳେ ଜଳିଗଲେ ମହିଳା

(ମହାଭାରତ, ତେଲକୋଇ): କେନ୍ଦୁଝର ଜିଲ୍ଲା ବଡ ପଳାଶପାଳ ପଞ୍ଚାୟତର ଭୋକା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ପୁଇଁ ହେଉଥିବା ବେଳେ ପୋଡି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ଅଗଣାରେ ମହିଳା ଜଣକ ନିଆଁ ପୁଇଁ ହେଉଥିଲେ । କିନ୍ତୁ ଏହି ସମୟରେ ଅଚାନକ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଦେହ ସାରା ନିଆଁ ବ୍ୟାପିଗଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବା ବେଳକୁ ସେ ପୂରା ଜଳି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Related posts

ନ୍ୟାୟରୁ ବଞ୍ଚିତ ଦମ୍ପତିଙ୍କ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ

mahabharatanews

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

mahabharatanews

ବିଶ୍ଵ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା

mahabharatanews