ଓଡିଶା

ନିଆଁ ଲାଗି ୧୫ ବଖରା ପାଉଁଶ

(ମହାଭାରତ, କେନ୍ଦ୍ରାପଡା): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ଗୋବିନ୍ଦପୁର ଗାଁରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ ପରିବାରର ୧୫ ବଖରା ପୋଡି ପାଉଁଶ ହୋଇଯାଇଛି । ସନ୍ଧ୍ୟାରେ ଜଣଙ୍କ ଗୁହାଳ ଘରେ ଦିଆ ଯାଇଥିବା ଧୂଆଁରୁ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା । ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ମହାକାଳପଡା, ମାର୍ଶାଘାଇ ଓ କେନ୍ଦ୍ରାପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରକୋପ ଭୟଙ୍କର ଥିବାରୁ ଘରେ ଥିବା ସମସ୍ତ ସାମଗ୍ରୀ ପୋଡି ଯାଇଛି ।

Related posts

ବାହାନଗା ଷ୍ଟେସନ୍‌ରେ ସ୍ବାଭାବିକ ସ୍ଥିତି , ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ

mahabharatanews

ଚଳିତ ବର୍ଷ ବିଦ୍ୟୁତ ପାଇଁ ଛଟପଟ ହେବାକୁ ପଡିବନି: ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ

mahabharatanews

ବୈଦ୍ୟନାଥ ଛକରୁ ଜବତ ହୋଇଛି ୨୧୫ ବୋତଲ କଫ ସିରଫ

mahabharatanews