Uncategorized

ନିଆରା ଢଙ୍ଗରେ ବିକ୍ଷୋଭକାରୀଙ୍କୁ ରୋକିଲେ ଡିସିପି

(ବେଙ୍ଗାଲୁରୁ): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଛି । କର୍ଣ୍ଣାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନøରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ପୋଲିସର ଲାଠି ଓ ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଏହାସହ ଶତାଧ୍ଖଳ ବିକ୍ଷୋଭକାରୀ ଆହତ ହୋଇଛନ୍ତି । କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ନିଆରା ଢଙ୍ଗରେ ସିଏଏକୁ ବିରୋଧ କରି ବିକ୍ଷୋଭକାରୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି । ଡିସିପି ଜାତୀୟ ସଙ୍ଗୀତ ଗାଇବା ସହ ଆନ୍ଦୋଳନକାରୀଙ୍କୁ ମଧ୍ୟ ଏପରି କରିବାକୁ ଅନୁରୋଧ କରିଥିଲେ । ଏହାପରେ ଉପସ୍ଥିତ ଆନ୍ଦୋଳନକାରୀ ଡିସିପିଙ୍କ ସହ ଜାତୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ । ଏପରିକି ସେଠାରେ ଉପସ୍ଥିତ ସମସ୍ତ ବିକ୍ଷୋଭକାରୀ ଓ ପୋଲିସ ଏକ ସ୍ୱରରେ ଜୟ ହିନ୍ଦ୍ ନାରା ମଧ୍ୟ ଦେଇଥିଲେ । ଜାତୀୟ ସଙ୍ଗୀତ ଗାଇବା ପରେ ସେମାନେ ସେହି ସ୍ଥାନ ଛାଡି ଚାଲିଯାଇଥିଲେ ।

Related posts

ସୋସିଅ।ଲ ମିଡିଅ।ରେ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

mahabharatanews

ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ଗାଇଡଲାଇନ୍ସ ପ୍ରସ୍ତୁତ କରିବ, ରାଜ୍ୟ ନିଷ୍ପତ୍ତି  ନେବ

mahabharatanews

ଢିଙ୍କିଆ ପାଟଣାରେ ଜିନ୍ଦଲ କମ୍ପାନୀ ବିରୋଧରେ ସମାବେଶ

mahabharatanews