ଓଡିଶା

ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ଧାରଣା

ଓମପ୍ରକାଶ ମିଶ୍ର/ସୋନପୁର: ନିର୍ମାଣ ଶ୍ରମିକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ଭାରତୀୟ ମଜଦୁର ସଂଘ ସୋନପୁର ଶାଖା ତରଫରୁ ଏକ ଧାରଣା ଦିଆଯାଇଛି । ନିର୍ମାଣ ଶ୍ରମିକମାନେ ଶୋଷଣର ଶିକାର ହେଉଥିବା ଓ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ନେଇ ସୋନପୁର ସହରରେ ଥିବା ଶ୍ରମ ଅଧିକାରୀଙ୍କ କାଯ୍ୟାଳୟ ଆଗରେ ମଜଦୁର ସଂଘ ଧାରଣ ଦେଇଛି । ଏଥିସହ ସହିତ ସାତ ଦଫା ଦାବି ନେଇ ଏକ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶ୍ରମ ସଚିବ ଓ କଲ୍ୟାଣ ବୋର୍ଡକୁ ପ୍ରଦାନ କରାଯାଇଛି । ଜିଲ୍ଲାର ଶ୍ରମିକମାନଙ୍କୁ ଘୋଷଣା ମୁତାବକ ୩ ମାସ ପାଇଁ ୧୫୦୦ ଟଙ୍କା ପ୍ରଦାନ, ପଞ୍ଜିକୃତ ୬୦ ବର୍ଷରୁ ଊଦ୍ଧ୍ୱର୍ ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ୧୫୦୦ ଟଙ୍କା ପ୍ରଦାନ କରାଯାଇ ନାହିଁ । ତାହା ଯଥା ଶିଘ୍ର ପ୍ରଦାନ କରିବା, ଅନ୍ୟାନ୍ୟ ପାଞ୍ଚଟି ଦାବି ରହିଥିବା ପ୍ରକାଶ କରିଛନ୍ତି।ଏହି କାର୍ୟ୍ୟକ୍ରରେ ସୁବର୍ଣ୍ଣପୁରଜିଲ୍ଲା ମଜଦୁର ସଂଘର ସଭାପତି ମୁରଲୀଧର ସାହୁ, ସମ୍ଫାଦକ ସୂଯ୍ୟକାନ୍ତ ରାହୁଲ, ଉପ ସଭାପତି ସୁଶାନ୍ତ ପଣ୍ଡାଙ୍କ ସହ ସଂପାଦକ ଅର୍ଜୁନ ବାଦି ପ୍ରମୁଖ ଉପସ୍ଥିତ ଥିଲେ।

Related posts

ମନରେଗାରେ ୨୦୦ଦିନର କର୍ମନିଯୁକ୍ତି ଦାବି କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର

mahabharatanews

 ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପକୁ ବିଜେ

mahabharatanews

ଯୋଗ ଶିବିର ସହ ୩୧ଟି ଯଜ୍ଞ କୁଣ୍ଡୟ ବିଶ୍ବ ଶାନ୍ତି ମହାଯଜ୍ଞ ଓ ବୈଦିକ ପ୍ରବଚନ

mahabharatanews