(ମହାଭାରତ): ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜାହାନ୍ ସବୁବେଳେ କିଛି ନା କିଛି ବିଷୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜ ଷ୍ଟାଇଲକୁ ନେଇ ତ କେତେବେଳେ ରାଜନୈତିକ ଜୀବନ ଓ ବ୍ୟକ୍ତିଗତ ଜୀବନକୁ ନେଇ । ତେବେ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି । ଏଥର କିନ୍ତୁ ଭିନ୍ନ ଏକ ସଫଳତାର ସହ । ୨୦୧୯ର ‘ମୋଷ୍ଟ ଡିଜାୟରେବଲ ୱମନ’ର ଟାଇଟଲ ଜିତିଛନ୍ତି ନୁସରତ୍ । ନୁସରତ୍ଙ୍କୁ କୋଲକାତା ଟାଇମ୍ସ ‘ମୋଷ୍ଟ ଡିଜାୟରେବଲ ଓ୍ମନ ଅଫ ୨୦୧୯’ର ଟାଇଟଲ୍ ଦେଇଛି । ଏହି ଟାଇଟଲ ପାଇଁ ସେ ବେଶ ଖୁସି ଅଛନ୍ତି । ସେ କହିଛନ୍ତି ଯେ ଏହା ଦେଖି ଖୁସି ଲାଗୁଛି ଯେ ଲୋକଙ୍କ ମାନସିକତା ବଦଳୁଛି । ସେ କହିଛନ୍ତି ଯେ ଏହା ଦେଖି ଖୁସି ଲାଗୁଛି ଯେ ଲୋକଙ୍କ ମାନସିକତା ବଦଳୁଛି । ସେମାନେ ଗ୍ରହଣ କରୁଛନ୍ତି ଯେ ଜଣେ ବିବାହିତ ମହିଳା ମଧ୍ୟ ନମ୍ବର ୱାନରେ ରହିପାରେ । ବିବାହ ହୋଇଗଲେ ଜଣେ ମହିଳା କମ୍ ଡିଜାୟରେବଲ ହୋଇଯାଏ ନାହିଁ । ସେ ଆହୁରୀ କହିଛନ୍ତି ଯେ ବଲିଉଡରେ ଅଭିନେତ୍ରୀମାନେ ବିବାହିତ ହୋଇଗଲେ ବି ଡିଜାୟରେବଲ ରୁହନ୍ତି । ତେବେ ଖୁସି ଲାଗୁଛି ଯେ ବେଙ୍ଗଲୀ ଇଣ୍ଡଷ୍ଟ୍ରିରେ ମଧ୍ୟ ଲୋକମାନେ ଏଭଳି ଚିନ୍ତାଧାରା ରଖୁଛନ୍ତି । ଏଥିସହ ସେ ତାଙ୍କୁ ଭୋଟ କରିଥିବା ଫ୍ୟାନମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ନୁସରତ ପ୍ରାୟ ୨ବର୍ଷ ପରେ ଫିଲ୍ମ ‘ଅସୁର’ ଜରିଆରେ ପୁଣିଥରେ ପରଦାକୁ ଫେରିଛନ୍ତି । ଏହା ତାଙ୍କର ବାହାଘର ପରେ ପ୍ରଥମ ଫିଲ୍ମ ହେବ ।