Uncategorized

ନୂଆବର୍ଷରେ ଆତଙ୍କୀଙ୍କ ଗୁଳିବର୍ଷା, ନୌସେରାରେ ୨ ଯବାନ ଶହୀଦ

(ନୌସେରା): ନୂଆବର୍ଷ ଆରମ୍ଭରେ ମଧ୍ୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜାମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ ନୌସେରା ସେକ୍ଟରରେ ବୁଧବାର ସକାଳେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୨ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ନିରାପତ୍ତା ବଳ ସମଗ୍ର ଅଞ୍ଚଳକୁ ଘେରାଉ କରି ଆତଙ୍କବାଦୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, ଗତ ମଙ୍ଗଳବାର ନୌସେରାର ଦରାଟ-ମଙ୍ଗଲାଦେଇ ଅଞ୍ଚଳରେ ୩ ସନ୍ଦିଗ୍ଧ ଆତଙ୍କୀଙ୍କ ଗତବିଧି ଦେଖିବାକୁ ମିଳିଥୀଲା । ଏହାପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପରେ ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦେଇ ଆତଙ୍କବାଦୀଙ୍କୁ ଘେରି ରହିଥିଲେ । ବୁଧବାର ଭୋର ସମୟରେ ଆତଙ୍କୀମାନେ ଅତର୍କିତ ଭାବେ ଗୁଳିମାଡ କରିଥିଲେ । ଆତଙ୍କୀଙ୍କ ଗୁଳିରେ ୨ ଯବାନ ଶହୀଦ ହୋଇଥିଲେ । ଖବର ଲେଖାହେବା ପର୍ଯ୍ୟନ୍ତ ଯବାନଙ୍କ ପ୍ରତିଆକ୍ରମଣ ଜାରି ରହିଥିବା ବେଳେ ସେନା ହାତରେ କୌଣସି ଆତଙ୍କବାଦୀ ଧରାପଡିନଥିବା ଜଣାପଡିଛି । ବିଶେଷ ସୂତ୍ର ଅନୁଯାୟୀ, ଉକ୍ତ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାଯାଇଛି । ଜାମ୍ମୁ-କାଶ୍ମୀରରେ ପ୍ରବଳ ଶୀତର ଲହରି ଲାଗି ରହିଥିବାରୁ ଏହି ସୁଯୋଗରେ ନିୟନ୍ତ୍ରଣ ରେଖା ପାର କରି ଭାରତ ମଧ୍ୟକୁ ଆତଙ୍କୀମାନେ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

Related posts

କେନ୍ଦ୍ରର ସଂଶୋଧିତ ହୋମ କ୍ୱାରେଣ୍ଟାଇ ଗାଇଡଲାଇନରେ ପରିବର୍ତ୍ତନ

mahabharatanews

ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ମେରଠକୁ ବ୍ୟାପୀଲା ବ୍ଲାକ ଫଙ୍ଗସ

mahabharatanews

ସଂକ୍ରମିତ ବିଚାରପତିଙ୍କ କ୍ୱାରେଣ୍ଟାଇନ ପାଇଁ ନୂଆ ବ୍ୟବସ୍ଥା

mahabharatanews

Leave a Comment