ଓଡିଶା

ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

ବଲାଙ୍ଗୀର : ବଲାଙ୍ଗୀର ଟାଉନର ମନୋହର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ୟା ଘେରରେ ରହିଛି । ବାରମ୍ବାର ଅଭିଯୋଗ ସତ୍ତେ୍ୱ ମଧ୍ୟ ବିଦ୍ୟାଳୟର ସମସ୍ୟା ସମାଧାନ କ୍ଷେତ୍ରରେ ସରକାର କୌଣସି ପଦକ୍ଷେପ ନେଉ ନାହିଁ । ବିଦ୍ୟାଳୟରେ ମିଡ ଡେ ମିଲ, ମରାମତି ଓ ପ୍ରଧାନ ଶିକ୍ଷକଙ୍କ ନିଯୁକ୍ତିକୁ ନେଇ ବାରମ୍ବ।।ର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଅ।।ଯାଉ ନାହିଁ । ଯେଉଁଥି ପାଇଁ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପ।।ଇବାରେ ଲାଗିଛି । ଏହାକୁ ନେଇ ଅତିଷ୍ଠି ଅଭିଭାବକ ସ୍କୁଲରେ ତାଲା ପକାଇଦେଇଛନ୍ତି ।
ସ୍କୁଲରେ ପାଚେରି ନାହିଁ, ପିଲାଙ୍କୁ ଉତ୍ତମ ମାନର ଖାଦ୍ୟ ଦିଆଯାଉ ନାହିଁ । ସ୍କୁଲ ବିଭିନ୍ନ ସମସ୍ୟାଦେଇ ଗତି କରୁଥିବା ବେଳେ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଦାବି ଯୋର ଧରିଛି । ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ତୁରନ୍ତ ଆଲୋଚନା ନ ହେବା ଯାଏଁ ସ୍କୁଲରେ ତାଲା ପଡି ରହିବ ବୋଲି ଅଭିଭାବକମହଲ ଦାବି କରିଛି । ସ୍କୁଲରେ ତାଲା ପକାଇବା କାରଣରୁ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିଲାମାନେ ବାହାରେ ରହିଥିଲେ ।
ବଲାଙ୍ଗୀର ଜିଲ୍ଲ।।ରେ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ବ୍ୟାପକ ବାଟ ମାରଣା ହେଉଥିବା ଅଭିଯୋଗ ହୋଇ ଆସୁଛି । ସ୍କୁଲର ସମସ୍ତ ଅନିୟମତତା ପାଇଁ ପ୍ରଧାନ ଶିକ୍ଷକ ଦାୟି ଥିବା ଅଭିଭାବକ ଓ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ସ୍କୁଲରୁ ପ୍ରଧାନ ଶିକ୍ଷକଙ୍କୁ ବଦଳି କରିବାକୁ ଦାବି ହୋଇ ଆସୁଛି ଓ ଏହିସବୁ ଦାବିକୁ ନେଇ ଆଜି ସ୍କୁଲରେ ତାଲା ପକାଯାଇଛି ।

Related posts

ପଞ୍ଚାୟତ ସ୍ତରୀୟ ମହିଳା ଗୋଷ୍ଠୀର କର୍ମକର୍ତ୍ତା ନିର୍ବାଚିତ

mahabharatanews

ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

mahabharatanews

ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୦୫୭କୁ ବୃଦ୍ଧି

mahabharatanews

Leave a Comment