ନୂଆଦିଲ୍ଲୀ: ଦେଶରେ ପଙ୍ଗପାଳ ସମସ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ସକ୍ରିୟ ହୋଇଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ପଙ୍ଗପାଳ ବିପଦକୁ ନେଇ ଗତ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲା । ଏହି ବୈଠକରେ ଏନଡିଏମଏର ଅଧିକାରୀ, ଏୟାର ଫୋର୍ସ, କୃଷି ମନ୍ତ୍ରଣାଳୟ ଓ କିଛି ରାଜ୍ୟର ପ୍ରତିନିଧି ସାମିଲ ଥିଲେ । ୨୦୨୦ରେ ପଙ୍ଗପାଳ ଆକ୍ରମଣକୁ ନେଇ ଗୁରୁରାଟ ଓ ରାଜସ୍ତାନକୁ ଆଲର୍ଟ କରାଯାଇଛି ।
ବିଶେଷଜ୍ଞଙ୍କ ମୁତାବକ ଏହି ପଙ୍ଗପାଳ ଦଳ ପାକିସ୍ତାନ, ଓମାନ ଓ ଦକ୍ଷିଣ ଇରାନରୁ ଭାରତକୁ ପ୍ରବେଶ କରୁଛନ୍ତି । ଏହାର ପ୍ରଭାବ ବିଶ୍ୱର ଅନ୍ୟ ଦେଶ ଉପରେ ପଡିବ । ଏଥିନେଇ ଅନେକ ଦେଶ ମିଟିଙ୍ଗ କଲେଣି । ଗୃହ ମନ୍ତ୍ରଣ।ଳୟର ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା ମରୁଭୂମି ଅଞ୍ଚଳରେ ଯେତେବେଳେ ବି ପତଙ୍ଗଦଳ ଆକ୍ରମଣ ହେବ, ସେତେବେଳେ କେଉଁ ପ୍ରକାରରେ ବିମାନ ଉପରେ ପେଷ୍ଟିସାଇଟ ସିଞ୍ଚନକରି ସେମାନଙ୍କୁ ଘଉଡାଯିବ । ଏହି ବୈଠକରେ ଏୟାର ପୋର୍ସକୁ ହେଲିକପ୍ଟରର ସଂଖ୍ୟ ଓ କାମ ଉପରେ ସମୀକ୍ଷା କରାଯାଇଥିଲା ।
ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ର ସଂର କୃଷି ଓ ଖାଦ୍ୟ ସଂଗଠନର ଅଭିନ୍ନ ଅଙ୍ଗ ମରୁସ୍ଥଳୀୟ ପତଙ୍ଗ କଣ୍ଟ୍ରୋଲ କମିଟିର ୧୦ରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ ଇଥିଓପିଆରେ ବୈଠକ ହୋଇଥିଲା । ଏହି ବୈଠକରେ ଭାରତ, ପାକ, ଆଫଗାନିସ୍ତାନ, ଇରାନ, ସାଉଦୀ ଆରବ, ଇଟାଲି ସହିତ ୨୦ଟି ଦେଶର ୨୦ ଜଣ ପ୍ରତିନିଧି ଭାଗ ନେଇଥିଲେ ।