(ଚଣ୍ଡିଗଡ): ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ କେରଳୁ ଅନୁସରଣ କରିଛି ପଞ୍ଜାବ । କେରଳ ସରକାରଙ୍କ ଭଳି ପଞ୍ଜାବ ସରକାର ସିଏଏ ବିରୋଧରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଇ ପ୍ରସ୍ତାବ ଆଗତ କରିଛନ୍ତି । ବିଧାନସଭାରେ ସର୍ବସମ୍ମତିକ୍ରମେ ଏହା ପାସ୍ ହୋଇଛି । ଶୁକ୍ରବାର ଏହି ପ୍ରସ୍ତାବକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସରକାର ଉପସ୍ଥାପନ କରିଥିଲେ । ଦୁଇ ଦିନ ପାଇଁ ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ସିଏଏ, ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (ଏନଆରସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ସମ୍ପର୍କରେ ଗୃହର ମତ ନେଇ ଆଗକୁ ବଢିବେ ବୋଲି ପଞ୍ଜାବ ସରକାର ପୂର୍ବରୁ ସୂଚନା ଦେଇଥିଲେ । କାରଣ ଏଥିପାଇଁ ଦେଶର ଧର୍ମ ନିରପେକ୍ଷତା ଭଙ୍ଗ ହେବାର ସମ୍ଭାବନା ରହିଛି ବୋଲି ସରକାର କହିଥିଲେ । ସୂଚନାଯୋଗ୍ୟ, ପଞ୍ଜାବ ପୂର୍ବରୁ କେରଳ ବିଧାନସଭାରେ ସିଏଏ ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଧର୍ମ ନିରପେକ୍ଷତା ଦୃଷ୍ଟିରୁ ସିଏଏ ରାଷ୍ଟ୍ର ବିରୋଧୀ । ଏହା ଜରିଆରେ ଧର୍ମ ଆଧାରରେ ନାଗରିକତା ପ୍ରଦାନ କରାଗଲେ ଭେଦଭାବ ସୃଷ୍ଟି ହେବ । ଏହି ଆଇନ ସମ୍ବିଧାନର ବିରୁ୍ଦ୍ଧାଚରଣ କରୁଛି ବୋଲି ପ୍ରସ୍ତାବ ଆଗତ କରି କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ କହିଥିଲେ ।
previous post
