(ମହାଭାରତ, କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡି ଗାଁରେ ଅବାଧରେ ଜୁଆ ଓ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳବାର କଲମପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ପଣ୍ଡିଗାଁର ମହିଳା ସଂଘ ଓ ଗ୍ରାମପଞ୍ଚାୟତର ଜନସାଧାରଣ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମଦ କାରବାର ଯୋଗୁଁ ଗାଁର ବହୁ ଯୁବକ, ନାବାଳକ, ନିଶା ସେବନ କରି ବିପଥଗାମୀ ହେଉଥିବରୁ ଘରେ ଅଧିକାଂଶ ଝଗଡା ଓ ମାରପିଟ୍ ହେଉଛି । ଏପରିକି ରାସ୍ତା କଡରେ ବେଆଇନ ଭାବେ ଦେଶୀ ମଦ କୋଠି ଥିବାରୁ ମହିଳା ଓ ସ୍କୁଲ ଛାତ୍ରଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏନେଇ ଗାଁ ଲୋକେ ଅନେକ ଥର ବ୍ଲକ ଓ ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ପଣ୍ଡିଗାଁର ମହିଳାମାନେ ଦୀର୍ଘ ୪ କିମି ପଦଯାତ୍ରା କରି ଗ୍ରାମ ପଞ୍ଚାୟତକୁ ନିଶାମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି । ତେବେ ଜିଲ୍ଲାପାଳ ଅତିରିକ୍ତ ଅବକାରୀ ଅଧିକାରୀଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
previous post
next post