ମୁମ୍ବାଇ: ମହାରାଷ୍ଟ୍ର ସରକାର ଶନିବାର ଦିନ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ପରମ ବୀର ସିଂହଙ୍କୁ ମୁମ୍ବାଇର ନୂତନ ପୁଲିସ କମିଶନର ଭାବେ ନିଯୁକ୍ତ କରିଛି । ସିଂହ ୧୯୮୮ ବ୍ୟାଚର ଅଫିସର ଓ ପୂର୍ବତନ ଥ।।ନେ କମିଶନର । ମୁମ୍ବାଇ ପୁଲିସ କମିଶନର ସଞ୍ଜୟ ବାରଭେଙ୍କ ଅବସର ପରେ ସିଂହ ନିଯୁକ୍ତି ପାଇଛନ୍ତି । ମୁମ୍ବାଇ ପୁଲିସ କମିଶନର ନିଯୁକ୍ତି ପୂର୍ବରୁ ସେ ମହାରାଷ୍ଟ୍ର ଆଣ୍ଟି କରପ୍ସନ ବ୍ୟୁରୋର ଡିଜି ଥିଲେ । ବର୍ତ୍ତମାନର ଏଡିଜି, ଏସିବି ବିପିନ କୁମାର ସିଂହ ଏବେ ମହାରାଷ୍ଟ୍ର ଆଣ୍ଟି କରପସନ ବ୍ୟୁରୋର ଡିଜି ଦାୟିତ୍ୱ ତୁଲାଇବେ ।
ଗତ ଡିସେମ୍ବର ମାସରେ ଏସିବି ମୁଖ୍ୟ ଥିବା ପରମ ବୀର ସିଂହ ଏନସିପି ନେତା ଅଜିତ ପାୱାରଙ୍କୁ କିନଚିଟ ଦେଇଥିଲେ । ପାୱାରଙ୍କ ବିରୋଧରେ ବିରୋଧରେ ଥିବା ବିଦର୍ଭ ଉଠାଜଳଚେନ ବିକାଶ ନିଗମର ଯୋଜନାରେ ୧୨ଟି ମାମଲା ଚାଲିଥିଲା । ବର୍ତ୍ତମାନ ସରକ।।ରରେ ପାୱାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ବିଗତ ଦିନରେ ପରମବୀର ପୁଲିସ ବିଭାଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ ।