Uncategorized

ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂ କିଏ: ନିର୍ଭୟାଙ୍କ ମା’

(ନୂଆଦିଲ୍ଲୀ): ନିର୍ଭୟା ଦୋଷୀଙ୍କୁ ଫାଶୀଦଣ୍ଡ ଦେବା ଲାଗି ପୀଡିତାଙ୍କ ମା’ବାପା ସମେତ ସାରା ଦେଶବାସୀ ଚାହିଁ ରହିଥିବା ବେଳେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ଏକ ମନ୍ତବ୍ୟ ନୂଆ ବିବାଦ ସୃଷ୍ଟି କରିଛି । ସମସ୍ତ ଦୋଷୀଙ୍କୁ କ୍ଷମା କରିଦେବା ଲାଗି ଇନ୍ଦିରା ଜୟସିଂହ ନିର୍ଭୟାଙ୍କ ମା’ଙ୍କୁ ପରାମର୍ଶ ଦେଇଛନ୍ତି । ଜଣେ ମହିଳା ଓକିଲଙ୍କ ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ ଉତ୍ତେଜିତ ହୋଇପଡିବା ସହ ଏନେଇ କଡା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଇନ୍ଦିରା ମୋତେ ପରାମର୍ଶ ଦେବାକୁ କିଏ? ସାରା ଦେଶ ବଳାତ୍କାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ଚାହୁଁଥିବା ବେଳେ ଇନ୍ଦିରା ଜୟସିଂହଙ୍କ ଏଭଳି କଥା କହିବାକୁ କିଭଳି ସାହସ କଲେ । ସୁପ୍ରିମକୋର୍ଟରେ ଇନ୍ଦିରାଙ୍କ ସହ ବହୁବାର ତାଙ୍କର ସାକ୍ଷାତ ହୋଇଥିବା ବେଳେ କେବେ ବି ସେ ତାଙ୍କ କଷ୍ଟ ପଚାରି ବୁଝି ନଥିବା ବେଳେ ଏବେ କାହିଁକି ଦୋଷୀଙ୍କୁ କ୍ଷମା ଦେବା କଥା ଉଠାଇଛନ୍ତି ବୋଲି ଆଶା ଦେବୀ କହିଛନ୍ତି । କେତେଜଣ ଲୋକ ବଳାତ୍କାରୀଙ୍କୁ ସମର୍ଥନ କରି ସେମାନଙ୍କ ଗୁଜୁରାଣ ମେଣ୍ଟାଉଥିବାରୁ ବଳାତ୍କାର ସଂଖ୍ୟା ବଢିବାରେ ଲାଗୁଛି ବୋଲି ନିର୍ଭୟାଙ୍କ ମା’ ମତ ଦେଇଛନ୍ତି । ସୂଚନାଯୋଗ୍ୟ, ଇନ୍ଦିରା ଜୟସିଂ ନିର୍ଭୟାଙ୍କ ମା’ଙ୍କୁ ସୋନିଆ ଗାନ୍ଧିଙ୍କୁ ଅନୁକରଣ କରିବାକୁ କହିଥିଲେ । ଯେପରି ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀଙ୍କୁ କ୍ଷମା କରିଦେଇଥିଲେ ସେପରି ନିର୍ଭୟାଙ୍କ ମା’ ମଧ୍ୟ ଦୋଷୀଙ୍କୁ କ୍ଷମା କରିଦେବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।

Related posts

ଲିକ୍ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ଗୀତ ଭିଡିଓ, ଡ୍ୟାନ୍ସ କରୁଥିବା ନଜର ଆସିଲେ ଆଲିଆ-ରଣବୀର

mahabharatanews

ଧର୍ମ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି ନେଇ ଓୱେସୀଙ୍କ ନାଁରେ ମାମଲା

mahabharatanews

ପ୍ରଶାସିକାରୁ ସାଂସଦ ହୋଇ ପାଲଟିଛନ୍ତି ଉଦାହରଣ

mahabharatanews

Leave a Comment