(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ପଞ୍ଚାୟତର ଦୁଲଦୁଲିଗୁଡା ଗାଁରେ ପାଇକ, ଖଣ୍ଡାୟତ ଓ କ୍ଷତ୍ରୀୟ ମହାସଂଘର ନୂତନ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ପାଇକ, ଖଣ୍ଡାୟତ ଓ କ୍ଷତ୍ରୀୟ ମହାସଂଘର ସଭାପତି ନିରଞ୍ଜନ ନାୟକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବ୍ଲକ ସଂଘର ଉପସଭାପତି ତ୍ରିନାଥ ରାଉତ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ କ୍ଷେତ୍ରରେ ସଂଘର ଉନ୍ନତି ନେଇ ଅତିଥିମାନେ ଆଲୋଚନା କରିଥିଲେ । କଲ୍ୟାଣସିଂପୁରର ବିଭିନ୍ନ କ୍ଷେତ୍ରରେ ସମସ୍ୟା ନେଇ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ବର୍ଷ ଫେବୃଆରୀ ୧୯ ତାରିଖରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ସେନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏଥିପାଇଁ ପୁନର୍ବାର ଦାବି ଉପସ୍ଥାପନା କରିବା ପାଇଁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ସଂଘର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କଲ୍ୟାଣସିଂହପୁର ବ୍ଲକର ୧୯ଟି ଗାଁର ପ୍ରାୟ ହଜାରେରୁ ଉଦ୍ଧ୍ୱର୍ ପରିବାର ଯୋଗ ଦେଇଥିଲେ ।
previous post