Uncategorized

ପାକ୍ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ

ନୂଆଦିଲ୍ଲୀ: ପାକିସ୍ତାନୀ ବାୟୁସେନାରେ ପାଇଲଟଭାବେ ଜଣେ ହିନ୍ଦୁଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପାକ୍ ଇତିହାସରେ ପ୍ରଥମ । ରାହୁଲ ଦେବ ନାମକ ହିନ୍ଦୁ ଯୁବକଙ୍କୁ ବାୟୁସେନାର ଜେନେରାଲ ଡ୍ୟୁଟି ପାଇଲଟ୍‌(ଜିଡିପି) ଭାବେ ନିଯୁକ୍ତି ଦିଆଯାଇଛି। ସେ ସିନ୍ଧ ପ୍ରଦେଶର ଥାରପରକରର ବାସିନ୍ଦା ।

ଅଲ୍‌ ପାକିସ୍ତାନ ହିନ୍ଦୁ ପଞ୍ଚାୟତର ସଚିବ ରବି ଦୱାନୀ ରାହୁଲଙ୍କ ଏହି ନିଯୁକ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସଂଖ୍ୟାଲଘୁ ସମ୍ପ୍ରଦାୟର ଅନେକ ଲୋକ ପୂର୍ବରୁ ପାକିସ୍ତାନୀ ସେନା ଏବଂ ସିଭିଲ ସର୍ଭିସରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ବାୟୁସେନାରେ ନିଯୁକ୍ତି ପାଇବା ପ୍ରଥମ। ପାକିସ୍ତାନରେ ଅନେକ ଡାକ୍ତର ବି ହିନ୍ଦୁ ସମ୍ପ୍ରଦାୟର ଅଛନ୍ତି। ଯଦି ସରକାର ସଂଖ୍ୟାଲଘୁଙ୍କ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଅନେକ ହିନ୍ଦୁ ଦେଶର ସେବାରେ ନିୟୋଜିତ ହୋଇପାରିବେ।

Related posts

ବୈଷୟିକ କାରଣରୁ ଜିସାଟ-୧ ଲଞ୍ଚିଂ ସ୍ଥଗିତ

mahabharatanews

ସୋନିଆ, ରାହୁଲଙ୍କ ନାମରେ ସୁପ୍ରିମ କୋର୍ଟରେ ମାମଲା

mahabharatanews

ବିବାଦରେ ମାହିରା ଶର୍ମା, ଇନଷ୍ଟାରେ ଶେଆର କଲେ ଜାଲ ପ୍ରମାଣ ପତ୍ର

mahabharatanews