ଓଡିଶା

ପାଟଣା ବ୍ଲକର ୧୧ଟି ସେଣ୍ଟରରେ ୧୭୪୮ ମାଟ୍ରିକ୍ ପରୀକ୍ଷାର୍ଥୀ

(ମହାଭାରତ, ପାଟଣା): ଆଜି ଠାରୁ ରାଜ୍ୟରେ ମାଟ୍ରିିକ ପରୀକ୍ଷା ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୭୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସୂଚନା ଅନୁସାରେ ପାଟଣା ନୋଡାଲ ସେଣ୍ଟର ଅଧିନରେ ୯ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ଘଟଗାଁ ଓ କେନ୍ଦୁଝର ନୋଡାଲ ସେଣ୍ଟର ଅଧିନରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ରହିଛି । ପାଟଣା ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୮୦, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୩୨, ମଲ୍ଲିପଶି ହାଇସ୍କୁଲରେ ୨୨୩, ଦଧିବାମନ ଉଚ୍ଚ ବିଦ୍ୟାଳୟରେ ୧୪୩ ସମେତ ବ୍ଲକ ଅଧିନସ୍ଥ ଅନ୍ୟ ପରୀକ୍ଷା କେନ୍ଦ୍ରଗୁଡିକରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ସମସ୍ତ ପରୀକ୍ଷା କେନ୍ଦ୍ରଗୁଡିକରେ କପି ରୋକାଯିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ ପ୍ରତି ସେଣ୍ଟରରେ ସୁପରିଟେଣ୍ଢେଣ୍ଟ ନିଯୁକ୍ତ କରାଯାଇଛି । ସେହିପିରି ପରୀକ୍ଷା କେନ୍ଦ୍ରଗୁଡିକୁ ଶିକ୍ଷକ ଶିକ୍ଷୟିତ୍ରୀ ମୋବାଇଲ ନେବା ଉପରେ ସରକାର କଟକଣା ଲାଗିଛି । ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା ବେଳେ ଯେପରି କୌଣସି ଅଶାନ୍ତି ସୃଷ୍ଟି ନହୁଏ ସେଥିପାଇଁ ସେଣ୍ଟର ଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ପରୀକ୍ଷା ବେଳେ ସେଣ୍ଟରଗୁଡିକରେ ଚାଲିଥିବା କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ନଜର ରଖିବା ପାଇଁ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ଓ ଟାଙ୍ଗରପଡା ହାଇସ୍କୁଲରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏନେଇ ପାଟଣା ନୋଡାଲ ସେଣ୍ଟର ଅଧିକାରୀ କଳ୍ପନା ସିଂହ ସୂଚନା ଦେଇଛନ୍ତି ।

Related posts

ଆଳୁ ଗୋଦାମର ସ୍ଥିତି ପରଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

mahabharatanews

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ

mahabharatanews

ବାଲ୍ୟ ବିବାହ ଓ ମହିଳା ବିରୋଧୀ ହିଂସା ରୋକିବା ଲାଗି ଗଡିଲା ସଚେତନତା ରଥ

mahabharatanews

Leave a Comment