ଓଡିଶା

ପାରାଦ୍ୱୀପରେ ବୁଦ୍ଧିଜିବୀ ସମ୍ମିଳନୀ ।

ପାରାଦ୍ୱୀପ: ଗତ କାଲି ବିଶ୍ୱ ସମାଜ କେନ୍ଦ୍ର ଓଡିଶା ତରଫରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରାଦ୍ୱୀପରେ ପାରାଦ୍ୱୀପ ନଗରର ବହୁ ଜ୍ଞାନୀ ଗୁଣୀ ବିଦ୍ୱାନମାନଙ୍କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସମ୍ମିଳନୀରେ ଶତାଧିକ ସଂଖ୍ୟାରେ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ । ଏହି ସମ୍ମିଳନୀରେ ଓଡିଶାର ବରିଷ୍ଠ ସାମ୍ବାଦିକ ରାଜନିତିଜ୍ଞ ଓ ବିଶେଷଜ୍ଞ ଶ୍ରୀଯୁକ୍ତ ଅରୁଣ କୁାମର ପଣ୍ଢା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନାଗରିକ ସଂଶୋଧନ ବିଲ ଓ ନିୟମ ଦେଶ ପାଇଁ କେତେ ଆବଶ୍ୟକ ଏହାରି ଉପରେ ଗୁରୁତ୍ୱ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଦେଶର ଯୁବ ସମାଜ ନିଜର ସଂସ୍କୃତି ପରମ୍ପାରାକୁ ଅକ୍ଷୁର୍ଣ୍ଣ ରଖିବା ସହ ରାଷ୍ଟ୍ର ବିରୋଧି ତତ୍ୱକୁ ବିରୋଧ କରିବା, ହିଂସା ମାର୍ଗରୁ ଦୂରେଇ ରହି ଦେଶର ଅଖଣ୍ଡତାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଆଗେଇ ଆସିବା ଜରୁରୀ ବୋଲି ମତ ପୋଷଣ କରିଥିଲେ । ପାରାଦ୍ୱୀପରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମଳନୀରେ ବୁଦ୍ଧିଜୀବୀମାନଙ୍କୁ ପ୍ରାଣସ୍ପର୍ଶୀ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀକୁ ସଭାପତିତ୍ୱ କରିଥିଲେ ଓଡିଶାର ବରିଷ୍ଠ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ଦାସ ।

Related posts

‘ଫରକ ପଡ଼ିବ ନାହିଁ ଟମାଟୋ ମାଡ଼’ : କାର୍ତ୍ତିକ ପାଣ୍ଡିଆନ

mahabharatanews

 ପ୍ରବୀରଙ୍କ କନ୍ୟାକୁ ମାଗଣାରେ ମିଳିବ ଶିକ୍ଷା

mahabharatanews

ଆଜି ରାଜଧାନୀରୁ ୪୯ ସଂକ୍ରମିତ ଚିହ୍ନଟ

mahabharatanews

Leave a Comment