ମହାଭାରତ, ପାରାଦ୍ୱୀପ: ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପାରାଦ୍ୱୀପ ବନ୍ଦରନ୍ୟାସ ଓ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ୟାନ୍ମାସ ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗ ସଙ୍ଗମ-୨୦୨୦’ପାରାଦ୍ୱୀପ ଠାରେ ଆୟାଜିତ ହେବାକୁ ଯାଉଛି । ଏହି ଉତ୍ସବ ଫେବୃଆରୀ ୧୮ରୁ ୨୨ ତାରିଖ ଦୀର୍ଘ ପାଞ୍ଚ ଦିନ ଧରି ସ୍ଥାନୀୟ ଜୟଦେବ ସଦନ ଠାରେ ଅନୁଷ୍ଠିତ ହେବ । ଏହି ନାଟକ ଉତ୍ସବରେ ଓଡିଶାର ବିଭିନ୍ନ ନାଟ୍ୟ ସଂସ୍ଥା ଓ କଳାକାରମାନେ ଅଂଶଗ୍ରହଣ କରିବେ ଏବଂ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ୧୮ ତାରିଖ ଉଦ୍ଘାଟନୀ ଦିବସରେ ଭୁବନେଶ୍ୱରର ଜୀବନ ରେଖା ନାଟ୍ୟ ସଂସ୍ଥା ଦ୍ୱାରା ‘କନ୍ୟାଦାନ’, ନାଟକ ଦ୍ୱିତୀୟ ସନ୍ଧ୍ୟାରେ ପୁରୀ ରଙ୍ଗଶାଳା ପକ୍ଷରୁ ‘ସର୍ଜନା’, ତୃତୀୟ ଦିନ ରାଉରକେଲା ର ସମ୍ପର୍କ ନାଟ୍ୟ ସଂସ୍ଥାର ନାଟକ ‘ମାଟି ମହକ’, ଚତୁର୍ଥ ଦିନ ସମ୍ବଲପୁରର ଶ୍ରୀ କଲଚରାଲ ଆସୋସିିଏସନ ତରଫରୁ ‘କେଡା’ ଓ ୨୨ତାରିଖ ଉଦ୍ୟାପନୀ ଦିବସରେ ପାରାଦ୍ୱୀପର କ୍ୟାନମାସ ପକ୍ଷରୁ ‘ସେ ମରିଗଲେ’ ନାଟକ ପରିବେଷଣ ହେବ ।
previous post
next post