ମହାଭାରତ, ପାରଦ୍ୱୀପ: ପାରଦ୍ୱୀପ ବନ୍ଦରରେ ବହୁ ପ୍ରତିକ୍ଷିତ ପୋର୍ଟ ହେଲଥ୍ ୟୁନିଟ୍ ( ପିଏଚୟୁ) ସ୍ଥାପନ ପାଇଁ ପାରାଦ୍ୱୀପ ବନ୍ଦର ଓ ଭାରତ ସରକାରଙ୍କ ପୋର୍ଟ ହେଲଥ୍ ଅରଗାନାଇଜେସନ ମଧ୍ୟରେ ଏକ ବୁଝାମଣା ପତ୍ର ଗୁରୁବାର ଦିନ ସ୍ୱାକ୍ଷରିତ ହୋଇ ଯାଇଛି । ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ , ବନ୍ଦରର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରହଲ୍ଲାଦ ପଣ୍ଡା ଓ ଉଭୟ ପକ୍ଷଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ସଂପଦ ଅଧିକାରୀ ବିଶ୍ୱଜିତ ମିଶ୍ର ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ନିର୍ଦ୍ଦେଶକ ଡା ଏସ କେ କର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ପାରାଦ୍ୱୀପ ମଧୁବନସ୍ଥିତ ଭୂଇଁଛକ ନିକଟସ୍ଥ ୪ ବଖରା ବିଶିଷ୍ଟ ଡିସପେନସାରୀ ଗୃହରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ କରିବ । ଏହି ଦିବସକୁ ଏକ ଏ÷÷୍ୟତିହାସିକ ଦିବସ ବୋଲି ଉଲ୍ଲେଖ କରିଛନ୍ତି ବନ୍ଦର ଅଧ୍ୟକ୍ଷ ଶ୍ରୀ ରଏ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିଛନତା କ୍ଷେତ୍ରରେ କାର୍ଯ୍ୟ କରିବ । ବିଶେଷ ଭାବେ ପାରାଦ୍ୱୀପ ବନ୍ଦରକୁ ଆସୁଥିବା ଜାହାଜ ଗୁଟିକରେ ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ ନିର୍ମଳ ପରିବେଶ କ୍ଷେତ୍ରରେ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ କରିବ । ଦୀର୍ଘ ୪ ବର୍ଷ ଧରି ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଯେଉଁ ଉଦ୍ୟମ ହୋଇଥିଲା ତାହା ଆଜି ସଫଳ ହୋଇଛି ବୋଲି ସେ ମତ ବ୍ୟକ୍ତ କରିଥିଲେ । ଗୁରୁବାର ଦିନ ପାରାଦ୍ୱୀପ ବନ୍ଦର ୯୯ ଏମ.ଏମ. ଟି ପଣ୍ୟ କାରବାର କରି ପାରିଛି ।ଆସନ୍ତା ୩ ଦିନ ମ୍ମରେ ଏହା ୧୦୦ ଏମ୍ .ଏମ୍ .ଟି ଅତିକ୍ରମ କରି ହ୍ୟାଟ୍ରିକ୍ ଅର୍ଜନ କରିପାରିବ ବୋଲି ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
previous post