ଓଡିଶା

ପାରାଦ୍ୱୀପ ରିଫାଇନରୀ ପକ୍ଷରୁ ଉତ୍ପାଦକତା ସପ୍ତାହ

ମହାଭାରତ, ପାରାଦ୍ୱୀପ: ଭାରତୀୟ ତୈଳ ନିଗମର ପାରାଦ୍ୱୀପ ତୈଳ ବିଶୋଧନାଗାର ଠାରେ ରାଷ୍ଟ୍ରୀୟ ଉତ୍ପାଦକତା ସପ୍ତାହ ପରିପ୍ରେକ୍ଷୀରେ ଡିଜିଟାଲାଇଜେସନ ଦ୍ୱାରା ଉତ୍ପାଦକତା ବୃଦ୍ଧି ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ସମୟର ଆବଶ୍ୟକତା ଦୃଷ୍ଟିରୁ ଉତ୍ପାଦକତା ବୃଦ୍ଧିରେ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମୀକା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉତ୍ପାଦକ ପରିଷଦର ଆଞ୍ଚଳିକ ନିର୍ଦ୍ଦେଶକ ସରଭନନ୍ ଜି ଓ ରାଜ୍ୟ ଉତ୍ପାଦକ ପରିଷଦରର ଭିପି ଏସ୍.ସି.ମହାନ୍ତି ବକ୍ତା ଅତିଥି ଭାବେ ଯୋଗ ଦେଇଥିଲେ । ଭାରତୀୟ ତୈଳ ନିଗମ ଚଳିତ ୨୦୨୦ ମସିହାକୁ “ଇୟର ଅଫ ଡିଜିଟାଲାଇଜେସନ” ବର୍ଷ ଭାବ ପାଳନ କରୁଥିବାବେଳେ ବ୍ୟବସାୟ ବୃଦ୍ଧି କ୍ଷେତ୍ରରେ ବହୁ ବୈଷୟୀକ ଜ୍ଞାନ କୌଶଳ ଓ ଆଇ-ଡ୍ରାଇଭ ବ୍ୟବସ୍ଥା ପ୍ରଚଳନ କରିଛି । ତେବେ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଫେବୃଆରୀ ୧୮ ତାରିଖରେ ଉଦ୍ୟାପନ ହେବ । ଏହି ଅବସରରେ ଉତ୍ପାଦକତା ବୃଦ୍ଧି ସମ୍ବନ୍ଧୀୟ ସ୍ଳୋଗାନ୍, ଡ୍ରଇଁ, ବକ୍ତୃତା, ରଚନା ପ୍ରଭୃତି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିବାର ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।

Related posts

ରାଜ୍ୟରେ କରୋନା ସଂକ୍ରମଣ ବଢିଛି :୨୫୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ସ୍ବଳ୍ପ ସଞ୍ଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଶିବିର

mahabharatanews

ବାଚସ୍ପତିଙ୍କ ଅଧକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ

mahabharatanews

Leave a Comment