ଓଡିଶା

ପାର୍କିଂ ପାଇଁ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପାର୍କିଂକୁ ନେଇ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଓକିଲ ସଂଘର ୩୨ ଜଣ ଓକିଲ ପଞ୍ଚଲିଙ୍ଗେଶ୍ୱର ବୁଲି ଆସିଥିଲେ । ଓକିଲମାନେ ଯିବା ବେଳେ ପାର୍କିଂ ଟିକେଟ ଦେଖାଇ ପାରିନଥିଲେ । ଏହାକୁ ନେଇ ପାର୍କିଂ ଦାୟିତ୍ୱରେ ଥିବା କର୍ମଚାରୀ ସେମାନଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏହାପରେ ଆଇନଜୀବିମାନେ ନୀଳଗିରି ଥାନାରେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ, ଏଠାକୁ କିଛି ଦିନ ପୂର୍ବରୁ ଯାଜପୁରରୁ ଆସିଥିବା କିଛି ପର୍ଯ୍ୟଟକଙ୍କୁ ପାର୍କିଂକୁ ନେଇ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ତଦନ୍ତ କରିବା ପରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ଏହି ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପାର୍କିଂ ପାଇଁ ଦୁର୍ବ୍ୟବହାର କରାଯାଉଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Related posts

କ୍ୱାରେଣ୍ଟାଇନ ସେଣ୍ଟର ନିକଟରେ ମଦ୍ୟପାନକୁ ବିରୋଧ କରି ରାସ୍ତା ରୋକ କଲେ ଗ୍ରାମବାସୀ

mahabharatanews

ଆସନ୍ତା ୨୪ ଘଣ୍ଟରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା

mahabharatanews

ନାଗ ଫାଶ ; EDରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ

mahabharatanews

Leave a Comment