Uncategorized

ପାହାଡ଼ର ମଝିରେ ଗଢି ଉଠିଛି ଅଲଙ୍ଗ ସହର

(ମହାଭାରତ): ପାହାଡ଼ ମଧ୍ୟରେ ବୁଲିବାକୁ କାହାକୁ ବା ଭଲ ନ ଲାଗେ । ଭାରତର ପୂର୍ବ – ଉତ୍ତରକୁ ପର୍ୟ୍ୟଟକ ଆର୍କଷିତ ହେବାର ମୂଳ କାରଣ ହେଉଛି ପାହାଡ଼ । ଏଠାରେ ଥିବା ପର୍ୟ୍ୟଟନ ସ୍ଥଳୀ ଗୁଡ଼ିକ ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୂର । ଥରେ ଯିଏ ଏହି ପ୍ରାକୃତିକ ଭରା ସବୁଜ ବନାନୀର ମଜା ନେଇଛି ସେ ଆଉ ଥରେ ଯିବାକୁ ଇଚ୍ଛା ପ୍ରକାଶ କରିଛି ।

ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଅବସ୍ଥିତ ସିଆଙ୍ଗ ଜିଲ୍ଳାରେ ପାହାଡ଼ ମଧ୍ୟରେ ଏକ ସୁନ୍ଦର ସହର ଅଲଙ୍ଗ ଅବସ୍ଥିତ । ଯାହାକି ଛୋଟ ଛୋଟ ଗାଁକୁ ନେଇ ଗଢି ଉଠିଛି । ଆସାମ ର ସୀମା ଦେଇ ଯାଇଥିବା ଦୁଇ ଉପନଦୀ ୟମୋଗୋ ଏବଂ ସିପୁର କୂଳରେ ଅଲଙ୍ଗ ସହରର ପ୍ରାକୃତିକ ସୌନ୍ଦର୍ୟ୍ୟକୁ ଦୁଇଗୁଣିତ କରୁଛି । ଏଠାରେ ପାଣିପାଗ ବେଶ ମତୁଆଲା ।

ଆଡ଼ଭେନଚର ଟୁର୍କୁ କୁ ପସନ୍ଦ କରୁଥିବା ପର୍ୟ୍ୟଟଙ୍କ ପାଇଁ ଏହା ଉତ୍ତମ ସ୍ଥାନ । ଟ୍ରେକିଙ୍ଗ , ରିଭର ରାଫଟିଙ୍ଗ ଏବଂ ହାଇକିଙ୍ଗ ପାଇଁ ସର୍ବକୋଷ୍ଠ ସ୍ଥାନ । ଏଠାରେ ଥିବା ଆରକ୍ରିଡ଼଼୍ ରିଜର୍ଭ ଫରେଷ୍ଟ ମୁଖ୍ୟ ଆକର୍ଷଣ । ଯେଉଁଠାରେ ବିଭିନ୍ନ ପ୍ରଜାତିର ଆରକ୍ରିଡ଼ ଦେଖାଯାଇଥାଏ । ଏଠାରେ ଆପଣ ସପିଙ୍ଗର ମଜା ମଧ୍ୟ ପାଇପାରିବେ । ଏଠାରେ ବାଉଁଶରେ ତିଆରି ଅନେକ ସାମଗ୍ରୀ ମିଳିଥାଏ । ଯାହାକୁ କିଣିବାକୁ ପର୍ୟ୍ୟଯକ ମାନେ ଭୂଲନ୍ତି ନାହିଁ ।

ଅଲଙ୍ଗ ଏବଂ ଏହାର ଆଖାପାଖ ଅନେକ ପର୍ୟ୍ୟଟନ ସ୍ଥଳୀ ରହିଛି । ଯେପରିକି ପାତୁଙ୍ଗ ବ୍ରିଜ , ହାଙ୍ଗିଙ୍ଗ ବ୍ରିଜ , ମେଚୁକା ଘାଟୀ, ଆକାଶୀ ଗଙ୍ଗା ମନ୍ଦିର, ଡ଼ୋଇନୋ ମନ୍ଦିର, ମିଥୁନ ଏବଂ ଜର୍ସି ଫାର୍ମ, ପୁଭକ ଘାଟ, ରାମକିଷ୍ଣ ଆଶ୍ରମ , କମ୍କି ହାଇଡ଼୍ରୋପାୱାର ଡ଼୍ୟାମ ପରି ସ୍ଥାନ ରହିଛି ।
କିପରି ଯିବେ ଅଲଙ୍ଗ
ଯଦି ଆପଣ ନିଜେ ଗାଡ଼ି ନେଇ ଯାଉଛନ୍ତି ତେବେ ହିମାଚଳ ପ୍ରଦେଶର ନ୍ୟାସନାଲ ହାଓୱେ ୫୨କୁ ସଂଯୋଗ କରୁଥିବା ପାସିଘାଟ ଦେଇ ଯାଆନ୍ତୁ । ବସରେ ମଧ୍ୟ ଆପଣ ଅଲଙ୍ଗ ଯାଇପାରିବେ ।
ଟ୍ରେନରେ ଯିବାକୁ ଚାହୁଁଥିଲେ ଅଲଙ୍ଗ କୁ ଡାଇରେକ୍ଟ ଟ୍ରେନର ସୁବିଧା ରହିଛି । ଅଲଙ୍ଗ ଯିବା ପାଖ ଷ୍ଟେସନ ହେଉଛି ସିଲାପଥର । ଯେଉଁଠାରୁ ଆପଣ ଟ୍ୟାକ୍ସି ଯୋଗେ ଅଲଙ୍ଗ ଯାଇପାରିବେ ।
ବିମାନରେ ଯିବାକୁ ଚାହୁଁଥିଲେ ଅଲଙ୍ଗ ଠାରେ ଏକ ବିମାନ ବନ୍ଦର ରହିଛି । ସେଠାକୁ ଯିବାକୁ ହେଲେ ଇଟାନଗର , ଜିରୋ ଏବଂ ଡ଼ାପ୍ରୋଜି ଠାରୁ ହେଲିକ୍ୟାପଟରର ସୁବିଧା ରହିଛି ।

Related posts

ସିନ୍ଧରେ ୯ ଚିହ୍ନଟ ପରେ ପାକରେ ସଂକ୍ରମିତଙ୍କ ସଂଖ୍ୟା ୧୮୧

mahabharatanews

କେରଳ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଗିରଫ

mahabharatanews

କଣ ରହିଛି ଡେଲ୍ଟା ପ୍ଲସର ଲକ୍ଷଣ?

mahabharatanews

Leave a Comment