ଦାରିଙ୍ଗିବାଡି: ଏକ ଭୟଙ୍କର ଦୁର୍ଘଟଣା ପରେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଭୁବନେଶ୍ୱରର ଏକ ଘରୋଇ କଲେଜର ୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ । ଦାରିଙ୍ଗିବାଡ଼ିରୁ ପିକ୍ନିକ୍ ସାରି ଛାତ୍ରଛାତ୍ରୀଙ୍କୁ ଧରି ଭୁବନେଶ୍ୱର ଫେରୁଥିବା ବସର ଚକ ଫାଟିଯିବାରୁ ତାହା ଘାଟି ତଳକୁ ଖସିବା ବେଳେ ଭାଗ୍ୟବଳରେ ଗାଡ଼ିଟି ଘାଟିରେ ଝୁଲିକି ରହିଯାଇଥିଲା । ବିପଦକୁ ସାମନାରେ ଦେଖି ମଧ୍ୟ ଛାତ୍ରଛାତ୍ରୀମାନେ ଭୟଭୀତ ନ ହୋଇ ଉପସ୍ଥିତ ବୁଦ୍ଧି ଖଟାଇ ବସର କାଚ ଭାଙ୍ଗି ବାହାରି ଆସିଥିବା ଜଣାଯାଇଛି । କିଛି ଦିନ ପୂର୍ବେ ଗଂଜାମ ଜିଲ୍ଲା ତପ୍ତପାଣିରେ ବସ୍ ଓଲଟିବା ଘଟଣା ମନରୁ ନ ଲିଭୁଣୁ ଏପରି ଘଟଣା ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ଗଂଜାମ କନ୍ଧମାଳ ସିମାନ୍ତରେ ଥିବା ଦାରିଙ୍ଗିବାଡିକୁ ପିକ୍ନିକ୍ ପାଇଁ ଯାଇଥିଲେ । ବଣଭୋଜି ସାରି ଫେରୁଥିବା ବେଳେ କିଛି ବାଟ ପରେ ଦାରିଙ୍ଗିବାଡି ଘାଟିରେ ଗାଡିର ଟାୟାର ଫାଟି ଯିବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିଟି ଏକ ଘାଟିରେ କିଛି ବାଟ ତଳକୁ ଖସି ପଡୁଥିବା ବେଳେ ହଠାତ୍ ମନକୁ ମନ ଅଟକିଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଗାଡିର କାଚ ଭାଙ୍ଗି ବାହାରକୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ ।ଫଳରେ ଏକ ବିରାଟ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଥିଲେ । ସୋରଡ଼ା ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମ·ରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଏକ ବସ୍ ଯୋଗେ ସୋରଡ଼ା ପହଞ୍ଚାଇଥିଲେ ।
