ଓଡିଶା

ପିକ୍ଅପକୁ ପିଟିଲା ଟ୍ରକ, ୪ ବ୍ୟାଣ୍ଡପାର୍ଟି ସଦସ୍ୟ ମୃତ, ୮ ଗୁରୁତର

(ମହାଭାରତ, ସୋନପୁର): ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନି ନିକଟରେ ଗତ ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତମାନେ ଏକ ବ୍ୟାଣ୍ଡପାର୍ଟିର ସଦସ୍ୟ ବୋଲି ଜଣାପଡିଛି । ଏକ ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ ବଜାଇବା ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଖେମାଲୋଏ ଦଳର ଏକ ବ୍ୟାଣ୍ଡପାର୍ଟି ଦଳ ଏକ ପିକ୍ଅପରେ ରାମପୁର ରୁଷୁଡାକୁ ଯାଉଥିଲେ । ତେବେ ଏହି ସମୟରେ ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀ ଠାରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣ ବ୍ୟାଣ୍ଡପାର୍ଟି ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୮ ଜଣ ଗାଡି ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଖବର ପାଇ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିର ଡୋର ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ସେମାନଙ୍କ ମଧ୍ୟରୁ ଜଣକୁ ମୃତ ଘୋଷଣା କରିଥିଲା । ତେବେ ପୋଲିସ ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଭ୍ୟାନ ଓ ଟ୍ରକ୍କୁ ଜବତ କରିଛି । ଟ୍ରକ୍ ଚାଳକ ଫେରାର ଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଉଛି ।

Related posts

ବିଭିନ୍ନ ସଂଗଠନ କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

mahabharatanews

ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଆଜି ନବୀନଙ୍କୁ ଭେଟିବେ ସୌରଭ ଦାଦା 

mahabharatanews

Leave a Comment