ଓଡିଶା

ପିକ୍ଅପ୍ ଭ୍ୟାନ ଧକ୍କାରେ ୧ ମୃତ, ୨ ଗୁରୁତର

(ମହାଭାରତ, ବିନିକା): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ମାଝିମୁଣ୍ଡା ଛକରେ ଏକ ପିକ୍ଅପ୍ ଭ୍ୟାନ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବରଗଡ ଜିଲ୍ଲା ବିଜେପୁର ଥାନା ମହବେର୍ଣ୍ଣା ଗାଁର ବାସିନ୍ଦା ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପିକ୍ଅପ୍ ଭ୍ୟାନଟି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହେବା ସମୟରେ ଗମ୍ଭାରିପାଲି ଗାଁ ନିକଟରେ ଦୁଇ ଜଣ ଛାତ୍ରଙ୍କୁ ଧକ୍କା ଦେଇଥିଲା । ସେମାନଙ୍କୁ ମଧ୍ୟ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି ।

ସୂଚନା ଅନୁଯାୟୀ, ଛାତ୍ର ଦ୍ୱୟ ଗମ୍ଭାରିପାଲି ଗାଁ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଛାତ୍ରଦ୍ୱୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ପିକ୍ଅପ୍ ଭ୍ୟାନକୁ ପୋଡି ଦେଇଥିଲେ । ଖବର ପାଇ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ଗାଡି ଡ୍ରାଇଭରକୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

Related posts

୩ଦଫା ଦାବିରେ ରାଜପଥ ଅବରୋଧ

mahabharatanews

ସିଏଏଫ୍‌ ଯବାନଙ୍କ ଗଳାକାଟି ହତ୍ୟା କଲେ ଲାଲ୍‌ ବାହିନୀ

mahabharatanews

୩୦ ଜିଲାରୁ ଆଉ ୨ ହଜାର ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

Leave a Comment