Uncategorized

ପିଜୁଳି ପତ୍ର ଜୁସ୍ , କେଉଁମାନେ ପିଇବା ଉଚିତ ଜାଣନ୍ତୁ

(ମହାଭାରତ): ପିଜୁଳି ଖାଇଲେ ସ୍ୱାସ୍ଥ୍ୟକୁୁ ମିଳୁଥିବା ଲାଭ ସମ୍ପର୍କରେ ଅ ।ପଣମାନେ ଜାଣିଥିବେ । ତେବେ ପିଜୁଳି ପତ୍ର ବି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ସେଥିପାଇଁ ଡାକ୍ତରମାନେ ପିଜୁଳି ପତ୍ର ଜୁସ୍ ପିଇବା ପାଇଁ ପରାମର୍ଶ ଦେଇଥା’ନ୍ତି । ପିଜୁଳି ପତ୍ର ରସ ପିଇଲେ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ, ଅ ।ସନ୍ତୁ ସେ ବିଷୟରେ ଜାଣିନେବା ।
୧. ପିଜୁଳି ପତ୍ର ରସ ପିଇଲେ ରକ୍ତରେ ପ୍ଲେଟ୍ଲେଟ୍ ସଂଖ୍ୟା ବିଥାଏ । ଏହି ପତ୍ରରେ ମେଗାକ୍ୟାରୋପିୟୋସିସ୍ ପରି ଔଷଧୀୟ ଗୁଣ ରହିଛି, ଯାହା ପ୍ଲେଟ୍ଲେଟ୍ ସଂଖ୍ୟାକୁ ଦ୍ରୁତ ଗତିରେ ବାଇଥାଏୟ ତେଣୁ ଏହା ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ୍ ଭଲ ।
୨. ପିଜୁଳି ପତ୍ରକୁ ଜୁସ୍ କରି ପିଇଲେ ମାଂସପେଶୀ ମଜବୁତ ହୋଇଥାଏ । ଯାହା ମାଂସପେଶୀକୁ ଅ ।ରାମ ମଧ୍ୟ ଦେଇଥାଏ ।
୩. ପିଜୁଳି ପତ୍ରରେ ଅ ।ଣ୍ଟି-ଡାଇବେଟିସ୍ ଗୁଣ ଭରି ରହିଛି । ତେଣୁ ଡାଇବେଟିସ୍ ରୋଗୀଙ୍କୁ ଏହାର ଜୁସ୍ ପିଇବାକୁ କୁହାଯାଏ । ଡାଇବେଟିସ୍ ଜନିତ ଅନେକ ବିପଦରୁ ଏହା ରକ୍ଷା କରିଥାଏ ।
୪. ପେଟ ଠିକ୍ ଭାବରେ ସଫା ନହେଲେ ପାଟିରେ ଘା’ ହେବା ପରି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏପରି ଏପରି ସ୍ଥିତିରେ ଅ ।ପଣ ଦିନକୁ ଦୁଇଥର ପିଜୁଳି ପତ୍ର ଜୁସ୍ ପିଇପାରିବେ ।
୫. ପିଜୁଳି ପତ୍ରରେ ପ୍ରଚୁର ମାତ୍ରାରେ ଫାଇବର୍ ଥିବାରୁ ପାଚନ କ୍ରିୟା ଠିକ୍ ରହିଥାଏ । ତେଣୁ ଏହାକୁ ପ୍ରତିଦିନ ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
୬ . ପିଜୁଳି ପତ୍ରରେ କାର୍ଡିଓ ପ୍ରୋଟେକ୍ଟିଭ୍ ଗୁଣ ମଧ୍ୟ ରହିଛି । ତେଣୁ ଏହା ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
ପିଜୁଳି ପତ୍ରକୁ ଅ ।ଉ କେମିତି ବ୍ୟବହାର କରିପାରିବେ?
ଶରୀରର କୌଣସି ସ୍ଥାନରେ କ୍ଷତ ହେଲେ ବା ଖଣ୍ଡିଅ ।ଖାବରା ହେଲେ ଏହାକୁ ଠିକ୍ କରିବାରେ ପିଜୁଳି ପତ୍ର ସାହାଯ୍ୟ କରିଥାଏ । କାରଣ ଏଥିରେ ଅ ।ଣ୍ଟି-ସେପଟିକ୍ ଗୁଣ ରହିଛି । ଏଥିପାଇଁ ଅ ।ପଣଙ୍କୁ କ୍ଷତ ସ୍ଥାନରେ ପିଜୁଳି ପତ୍ର ରସ ଲଗାଇବାକୁ ହେବ ।

Related posts

ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଭରିଲେ ଉପମୁଖ୍ୟମନ୍ତ୍ରୀ ସିସୋଦିଆ

mahabharatanews

ସୁପ୍ରିମ କୋର୍ଟ: ସାହିନବାଗ ଶୁଣାଣି ଆସନ୍ତା ୨୬ ଯାଏ ସ୍ଥଗିତ

mahabharatanews

ଆତଙ୍କୀ ଆକ୍ରମଣରେ ଦୁଇ ପୁଲିସ କର୍ମୀ ସହିଦ

mahabharatanews

Leave a Comment