(ମହାଭାରତ): ଜଳଖିଆରେ ବ୍ରେଡ ଜାମ୍ ବେଶ ଲୋକପ୍ରିୟ । ଏଥିପାଇଁ ସକାଳ ଜଳଖିଆରେ ଆପଣ ନିଜ ପିଲାଙ୍କୁ ବ୍ରେଡ ଜାମ୍ କିମ୍ବା ରୁଟି ଜାମ୍ ,ବିସ୍କୁଟ ଖାଇବାକୁ ଦେଇଥାନ୍ତି । ଏପରିକି ଅନେକ ସମୟରେ ଆପଣ ଟିଫିନିରେ ମଧ୍ୟ ଏହି ସବୁ ଖାଦ୍ୟ ମଧାହ୍ନ ଭୋଜନ ଭାବରେ ପିଲାଙ୍କୁ ଦେଇଥାନ୍ତି ।
ବ୍ରେଡ ଓ ଜାମକୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ଦେଖାଯାଇଛି ସତ କିନ୍ତୁ ଏହା ସତ ନୁହେଁ । ଆପଣ ହୁଏତ ଜାଣିନଥିବେ ଗୋଟିଏ ଚାମଚ ଜାମ୍ ଦୁଇ ଚାମଚ ଚିନି ସହିତ ସମାନ ।
ଯାହା ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ପାଇଁ ହାନିକାରକ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ପିଲାଙ୍କର ମନପସନ୍ଦର ଖାଦ୍ୟ ଜାମକୁ ଖାଇବାକୁ କାହିଁକି ବାରଣ କରାଯାଇଛି ।
୧- ଜାମ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଫଳକୁ ସିଝା ଯାଇଥାଏ । ଏବଂ ସମାନ ପରିମାଣର ଚିନି ମିଶାଇ ଏହାକୁ ତିଆରି କରାଯାଇଥାଏ । ଫଳଗୁଡିକୁ ସିଝାଇବା ଦ୍ୱାରା ଏଥିରେ ଥିବା ନ୍ୟୁଟ୍ରିସନ୍ସ ଓ ଭିଟାମିନ ନଷ୍ଟ ହୋଇଯାଇଥାଏ । ଯେପରିକି ଭିଟାମିନ୍-ସି ସମ୍ପୂର୍ଣ୍ଣ ଭାବରେ ଫଳକୁ ନଷ୍ଟ ହୋଇଥାଏ ।
୨- ଯଦି ପିଲାମାନେ ଦୈନିକ ଖାଦ୍ୟରେ ବ୍ରେଡ ଜାମ୍ ଖାଇଥାନ୍ତି ଭବିଷ୍ୟତରେ ସେମାନଙ୍କୁ ମୋଟାପଣ ଓ ହୃଦଘାତ ହେବାର ଆଶଙ୍କା ରହିଥାଏ ।
୩- ଅନ୍ୟ କାରଣ ହେଉଛି ସଂରକ୍ଷଣ କରି ରଖାଯାଉଥିବା ଖାଦ୍ୟ ପଦାର୍ଥରେ ଅଧିକ ମାତ୍ରାରେ କେମିକାଲସ୍ ଓ ଚିନି ଦିଆଯାଇଥାଏ,ଯାହା ଆପଣଙ୍କ ପିଲାର ସ୍ୱାଦ ଗ୍ରନ୍ଥିକୁ ପ୍ରଭାବିତ କରିଥାଏ । ଯାହାଦ୍ୱାରା ସ୍ୱାଦ ଗ୍ରନ୍ଥି ଏହିସବୁ ଖାଦ୍ୟକୁ ଖାଇବା ପସନ୍ଦ କରିଥାଏ ।
previous post
next post