ଓଡିଶା

ପୁଣି ଡେଲାଙ୍ଗରେ ବୋମା ମାଡ

ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ହାଟବଜାର ବାୟା ବଜାରରେ ପୁଣି ଏକ ବୋମା ମାଡ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଆଜି ବଜାରରେ ଦୁଇଟି ବୋମା ମାଡ ହୋଇଛି ।

ସୂଚନା ଅନୁଯାୟୀ, ଡେଲାଙ୍ଗ ଥାନା ଅଧୀନ ହାଟବଜାର, ବାୟା ବଜାରରେ ଥିବା ଡେଲାଙ୍ଗ ହାଟ ଫାଣ୍ଡି ନିକଟରେ ଆଜି ସକାଳୁ ଦୁଇଟି ବୋମା ମାଡ ହୋଇଥିଲା । ବିସ୍ଫୋରଣ ଶବ୍ଦ ଶୁଣି ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ବାହାରକୁ ଆସି ଦେଖନ୍ତି ଗୋଟିଏ ବୋମା ଫାଟି ଥିବା ବେଳେ ଅନ୍ୟଟି ଅଫୁଟା ପଡି ରହିଛି । ଶ୍ରୀ ସାହୁ କାଳ ବିଳମ୍ବ ନ କରି ଅଫୁଟା ବୋମାକୁ ଉଦ୍ଧାର କରି ଏହାକୁ ନିକ୍ରିୟ କରିଦେବା ସହ ଫୁଟିଥିବା ବୋମାର ସୁତୁଳି ଜବତ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଡେଲାଙ୍ଗ ଅଞ୍ଚଳରେ ଦିନକୁ ଦିନ ବୋମା ମାଡ ହିଂସା ଆଦି ଘଟଣା ବୃଦ୍ଧି ପାଇଚାଲିଥିବାରୁ ଲୋକଙ୍କ ମଧ୍ୟରେ ପୁଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ତତ୍ତ୍ୱଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୁଲିସ ସେମାନଙ୍କ ଉପରେ ନିୟନ୍ତ୍ରଣ ପାଇବାରେ ବିଫଳ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଜଗଦଲପୁର ଓ ବେନୁ ପଡା ଗ୍ରାମରେ ବୋମା ମାଡ ହୋଇଥିଲା । ସେହି ଘଟଣାରେ ଏଯାବତ୍ ପୁଲିସ କାହାରିକୁ ଧରିବାରେ ସମର୍ଥ ହୋଇନ ଥିବା ବେଳେ ପୁଣି ଏକ ବୋମା ମାଡକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

Related posts

ରାତି ସୁଦ୍ଧା ପିକ୍ ଅତିକ୍ରମ, ତଳିଆ ଅଞ୍ଚଳରେ ପଶିପାରେ ପାଣି

mahabharatanews

ଆଜିଠୁ ରାମଚଣ୍ଡୀରେ ଏନଡିଆରଏଫର ମକଡ୍ରିଲ

mahabharatanews

ଅଜଣା ଗାଡି ଧକ୍କାରେ ୨ ମୃତ

mahabharatanews

Leave a Comment