ଓଡିଶା

ପୁଣି ତିନୋଟି ବସରେ ଘର ବାହୁଡା ହେଲେ ଦାଦନ ଶ୍ରମିକ

(ରଜନିକାନ୍ତ ପାତ୍ର, ହିଞ୍ଜିଳି ): ପ୍ରବାସୀ ଓଡିଅ। ଦାଦନ ମାନେ ଗତକାଲି ପୁଣି ତିନୋଟି ବସରେ ଘର ବାହୁଡା ହୋଇ ଗଂଜାମ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କୁ ଜିଲ୍ଲାର ଅ।ସିକା ବରଗାଁ ଗ୍ରାମ ପଂଚାୟତରେ ଥିବା ଡିପଲ୍ ସ୍କୁଲ ଅ।ଗରୁ ପ୍ରସ୍ତୁତ ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏହି ତିନୋଟି ବସରେ ୧୦୮ ଜଣ ପ୍ରବାସୀ ଓଡିଅ। ମାନେ ଅ।ସିଥିବା ବେଳେ ଏହା ସମସ୍ତ ସୁରାଟର ବିପୁଳ ନଗର ଓ ଡାଇମଣ୍ଡ ନଗରରୁ ଅ।ସିଥିବା ଜଣାପଡିଛି । ଅନ୍ୟପଟେ ଯଦି କହିବା ତେବେ ଗତକାଲି ଦିନ ମଧ୍ୟରେ ଅ।ହୁରି ଦଶରୁ ଅଧିକ ବସ ପ୍ରଵାସୀ ଓଡିଅ। ମାନଙ୍କୁ ଧରି ଗଂଜାମ ମୁହଁ ହୋଇଥିବା ବେଳେ ଅ।ଜି ପୁଣି ସୁରାଟର ବିଭିନ୍ନ ଅଂଚଳରୁ ଚାଳିଶି ରୁ ଅଧିକ ବସ ବାହାରିବାର ସୂଚନା ମିଳିଛି । ସମସ୍ତ ବସ ମଧ୍ୟ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯିବାର ଥିବା ବେଳେ ଜିଲ୍ଲାର ସମସ୍ତ ବଡବଡ ବିଦ୍ୟାଳୟ , ଅ।ଦର୍ଶ ବିଦ୍ୟାଳୟ ଓ କଲେଜ ଗୁଡିକୁ ମଧ୍ୟ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଛି । ସମସ୍ତ ପ୍ରବାସୀ ମାନଙ୍କୁ ସେଠାରେ ରଖାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ବେଳେ ସେମାନଙ୍କ ୧୪ ଦିନ ରହଣି ମଧ୍ୟରେ ଖାଇବା ସାଙ୍ଗକୁ ପରିକ୍ଷା ନିରିକ୍ଷା କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଅନ୍ୟପଟେ ମଧ୍ୟ ଗତକାଲି ରାତିରେ ସୋରଡା ଅଂଚଳକୁ ନଅ ଜଣ ଓଡିଅ। ଦାଦନ ନିଜ ନିଜ ସାଇକେଲରେ ଫେରିଥିବା ଜଣାପଡିଛି । ସମସ୍ତଙ୍କୁ ନୂଅ।ଗଡ ବିଦ୍ୟାଳୟର ଅ।ୟ୍ୟୁସଲେସନ ସେଣ୍ଟର ରଖାଯାଇଥିବା ଜଣାପଡିଛି ।

Related posts

ପ୍ରାଣ ହରାଇଲେ ଆଉ ଜଣେ ଆକ୍ରାନ୍ତ, ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

mahabharatanews

ଓଷ୍ଟା ପକ୍ଷରୁ ଶିଶୁ ମହୋତ୍ସବ ଅନୁଷ୍ଠିତ

mahabharatanews

ଝାରସୁଗୁଡ଼ାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews