ଓଡିଶା

ପୁଣି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

(ମହାଭାରତ, କାଶୀପୁର): ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଅପହଞ୍ଚ ହୋଇଛି । ଗାଡି ଚଳାଚଳ ପାଇଁ ସାଧାରଣ ରାସ୍ତାଟିଏ ହୋଇପାରିନାହିଁ । ସଡକ ନଥିବାରୁ ଏକ ଜରୁରୀ କାଳୀନ ସେବାରୁ ବଞ୍ଚିତ ହୋଇଛନ୍ତି ଜଣେ ଗର୍ଭବତୀ ମହିଳା । ଫଳରେ ଜଣେ ଗର୍ବବତୀଙ୍କୁ ଷ୍ଟ୍ରେଚରରେ ନାଳ ନର୍ଦ୍ଦମା ଡେଇଁ ପ୍ରାୟ ୨ କିମି ଆଣିବାକୁ ପଡିଥିଲା । ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଡାଜୋର ଗ୍ରାମ ପଞ୍ଚାୟତର ଦଳଗୁମ୍ମା ଗାଁରେ । ପୀଡିତା ଜଣକ ବିକ୍ରମ ମାଝିଙ୍କ ସ୍ତ୍ରୀ ହାମଦେଇ ମାଝି ବୋଲି ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

ସୂଚନା ଅନୁଯାୟୀ, ଦଳଗୁମ୍ମା ଗାଁର ବିକ୍ରମ ମାଝିଙ୍କ ପତ୍ନୀ ହାମଦେଇ ମାଝୀଙ୍କୁ ଶୁକ୍ରବାର ଅପରାହ୍ନରେ ପ୍ରସବ ଜନିତ ଯନ୍ତ୍ରଣା ହୋଇଥିଲା । ସମୟକ୍ରମେ ଯନ୍ତ୍ରଣା ବଢିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ଗାଁ ପର୍ଯ୍ୟନ୍ତ ଯାଇ ପାରି ନଥିଲା । ଆଗକୁ ରାସ୍ତା ନଥିବାରୁ ଗାଁକୁ ଯାଇପାରି ନ ଥିଲା । ଗାଁ ଠାରୁ ଆମ୍ବୁଲାନ୍ସ ଥିବା ରାସ୍ତାର ଦୂରତା ୨ କିମି । କିନ୍ତୁ ଗାଁରେ ପସୂତି ମହିଳାଙ୍କୁ ବୋହି ଆଣିବାକୁ ପୁରୁଷ ଲୋକ ନ ମିଳିବାରୁ ଶେଷରେ ଗାଁ ମହିଳାମାନଙ୍କ ସହଯୋଗରେ ଆମ୍ବୁଲାନ୍ସ କର୍ମଚାରୀ ଜଣକ ହାତ ବଢାଇଥିଲେ । ଆମ୍ବୁଲାନ୍ସ ଫାର୍ମାସିଷ୍ଟ ନଳିନୀ ବିଡିକା, ଡ୍ରାଇଭର ଧବଳେଶ୍ୱର ପୁଜାରୀ ଓ ହେଲପର ସୀମାଞ୍ଚଳ ଗାଁର ମହିଳାମାନଙ୍କ ସହ ଉକ୍ତ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ବୋହି ଆଣିଥିଲେ । ଏଥିପାଇଁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା । ରାସ୍ତାରେ ନାଳ ପାରି ହେବା ପରେ ପ୍ରାୟ ୨ କିମି ବାଟ ବୁହା ହେବା ପରେ ଗର୍ଭବତୀ ମହିଳା ଚିକିତ୍ସା ପାଇଁ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଫଳରେ ଗର୍ଭବତୀ ଓ ଗର୍ଭସ୍ଥ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related posts

ମୋହନ ସରକାରଙ୍କ ତୃତୀୟ କ୍ୟାବିନେଟ, ବଜେଟ୍ ପୂର୍ବରୁ ବୈଠକ ଥିବାରୁ ବଡ଼ ନିଷ୍ପତି ସମ୍ଭାବନା

mahabharatanews

ବେଆଇନ ମଦ କାରଖାନା ଠାବ,କଞ୍ଚାମାଲ ଜବତ

mahabharatanews

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews

Leave a Comment