ଜଳେଶ୍ୱର: ପୁତୁରାର ମାଡ଼ରେ କକା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି, ବସ୍ତା ଥାନା ପଳାସିଆ ଗ୍ରାମରେ ।
ସୂଚନା ଅନୁଯାୟୀ, ପଳାସିଆ ଗ୍ରାମରେ ବାସ କରୁଥିବା ଭାଗବତ ମହାପାତ୍ର ଓ ନୀଳକଣ୍ଠ ମହାପାତ୍ରଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିଜମା ବାଦ ବିବାଦ ଲାଗି ରହି ଥିଲା । ତେବେ ଗତ ସୋମବାର ଦିପ୍ରହରରେ ପାଉଁଶ ପକାକୁ କେନ୍ଦ୍ର କରି ଭାଗବତ ମହାପାତ୍ର ଓ ନୀଳକଣ୍ଠ ମହାପାତ୍ରଙ୍କ ମଧ୍ୟରେ ଝଡଗା ହୋଇଥିଲା । ଏହି ଝଗଡା ଉଗ୍ର ରୂପ ନେବା ସହ କଥା ହାତାହାତୀ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଉଭୟ ପରିବାର ପକ୍ଷରୁ ଅ ।କ୍ରମଣ ପ୍ରତିଅ ।କ୍ରମଣ ହୋଇଥିବା ବେଳେ, ନୀଳକଣ୍ଠ ମହାପାତ୍ରଙ୍କ ପୁଅ ଦୀନବନ୍ଧୁ ଓ ପ୍ରଫୁଲ୍ଲ ଉତ୍କ୍ଷିପ୍ତ ହୋଇ ଭାଗବତଙ୍କୁ ମାଡ଼ ମାରି ଗୁରୁତର କରିଦେଇଥିଲେ । ଭାଗବତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ଘଟିଛି । ଅନ୍ୟ ପକ୍ଷରେ ପୋଲିସ ମାମଲା ରୁଜୁ କରି ଦୀନବନ୍ଧୁ ମହାପାତ୍ରଙ୍କୁ ଗିରଫ କରିଛି ।
previous post