ଅପରାଧଓଡିଶା

ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ

ମଧୂସୁଦନ ବହିଦାର/ ବଲାଙ୍ଗୀର: ଏକ ଅଭିନବ ଉପାୟରେ ମଦ ଚାଲାଣ । ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ । ଏକ ପେଟ୍ରୋଲ୍ ଟ୍ୟାଙ୍କରରୁ ୭୮ ବୋତଲ ବିଦେଶୀ ମଦ, ବିୟର୍ ଓ କେନ୍ ବିୟର୍ ଜବତ କରିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ପୋଲିସ । ଟ୍ୟାଙ୍କର ଟି ବଲାଙ୍ଗୀରରୁ ରେଢାଖୋଲ ଅଭିମୁଖେ ଯାଉଥିବା ବେଳେ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ର ରୁ ଖବର ପାଇଥିଲା ପୁଇଁତଳା ପୋଲିସ । ଏହାପରେ ପୁଲିସ ଏକ ଟିମ ପ୍ରସ୍ତୁତ କରି ଚଢାଉ କରିଥିଲା । ଟ୍ୟାଙ୍କର ଯାଞ୍ଚ କରିବାରୁ, ୭୮ ବୋତଲ ବିଦେଶୀ ମଦ ମିଳିଥିଲା । ପୁଲିସ ଏହି ମଦ ଜବତ କରିଛି ଓ ଏକ ମାମଲା ରୁଜ୍ଜୁ କରି ପୋଲିସ ଅଭିଯୁକ୍ତ ଟ୍ୟାଙ୍କର ଡ୍ରାଇଭର ଅକୁର ସାହୁକୁ ଗିରଫ କରିଛି ।

Related posts

Big Update : ୩ୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀ ପାଇବେ “ସୁଭଦ୍ରା”

mahabharatanews

ରାସ୍ତା ନିର୍ମାଣ କାଳରେ ନକ୍ସଲଙ୍କ ତାଣ୍ଡବ

mahabharatanews

୧୦ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ, ୩ ଗିରଫ

mahabharatanews