ଓଡିଶା

ପେଟ୍ରୋଲ ପମ୍ପରୁ ୫୦ ହଜାର ଟଙ୍କାର ଲୁଟ୍

(ମହାଭାରତ, କେନ୍ଦ୍ରାପଡା): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ଲୁଟ୍ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ପ୍ରାୟ ୫୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକରେ ୪ଜଣ ଆସି ଉକ୍ତ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ସେଠାରେ ତେଲ ପକାଇବାକୁ କହିବାରୁ କର୍ମଚାରୀମାନେ ମନା କରିଥିଲେ । ଏହାକୁ ନେଇ ଉଭୟପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଦୁର୍ବୃତ୍ତମାନେ ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ସେଠାରୁ କ୍ୟାସ କାଉଣ୍ଟର ଯାଇ କର୍ମଚାରୀଙ୍କୁ ମାରଧର କରିବା ସହ ଜିନିଷପତ୍ର ଫିଙ୍ଗା ଫୋପଡା କରିଥିଲେ । ଏହାପରେ ବନ୍ଧୁକ ଦେଖାଇ କାଉଣ୍ଟରରୁ ୫୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏନେଇ ମାର୍ଶାଘାଇ ଥାନାରେ ମାମଲା ରୁଜୁ ହୋଇଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପମ୍ପ କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ଦୃର୍ବୃତ୍ତଙ୍କ ଟେର ମିଳିପାରି ନଥିବା ଜଣାଯାଇଛି ।

Related posts

ଗାଡ଼ି ସାମ୍ନାକୁ ଚାଲି ଆସିଲା ୪ବର୍ଷା ଶିଶୁ ଆଉ ତାପରେ…

mahabharatanews

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ରୁ ପ୍ରବଳ କାଚିବ

mahabharatanews

ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ

mahabharatanews

Leave a Comment