ଓଡିଶା

ପେପର ମିଲରେ ଶ୍ରମିକ ଅଶାନ୍ତି

(ମହାଭାରତ, ରାୟଗଡା): ରାୟଗଡା ଜେ. କେ ପେପର ମିଲ୍ରେ ଶ୍ରମିକ ଅଶାନ୍ତି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଜଣେ ଶ୍ରମିକଙ୍କ ନିଲମ୍ବନ ପ୍ରତିବାଦରେ ବହୁ ସଂଖ୍ୟାରେ ଶ୍ରମିକ ଆଜି କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଫଳରେ କମ୍ପାନୀ କାମ ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ଉଲ୍ଲେଖଯୋଗ୍ୟ, କାର୍ଯ୍ୟରେ ଅବହେଳାକୁ ନେଇ ଗତ ୧୩ ତାରିଖରେ ଜଣେ ଠିକା ଶ୍ରମିକକୁ କମ୍ପାନୀ କର୍ତ୍ତୃପକ୍ଷ ନିଲମ୍ବନ କରିଥିଲେ । ଏହାର ପ୍ରତିବାଦ କରିବା ସହ ତାଙ୍କୁ ପୁନଃ ନିଯୁ୍କ୍ତି ଓ ବକେୟା ବୋନସ ଟଙ୍କା ପ୍ରଦାନ ଦାବିରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨ ନମ୍ବର ଗେଟ୍ ଆଗରେ ସେମାନେ ସକାଳ ୮ଟାରୁ ଧାରଣାରେ ବସିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Related posts

୧୭୦ ଆକ୍ରାନ୍ତ ଜଣେ ୧୮ ବର୍ଷୀୟ ସୁରତ ଫେରନ୍ତା

mahabharatanews

‘ଆମ ଓଡ଼ିଶା ନବୀନ ଓଡ଼ିଶା’

mahabharatanews

ଚଳିତ ମ୍ୟାଟ୍ରିକ ପରୀକ୍ଷା ପାଇଁ ୩୨୨୧ ପରୀକ୍ଷା କେନ୍ଦ୍ର

mahabharatanews