(ମହାଭାରତ, ନୟାଗଡ): ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଥାନା ଅଧୀନ କରବର ଗାଁରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଏହି ଗାଁର ଏକ ପୋଖରୀରେ ଏକ ନବଜାତକର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ନବଜାତଟି ଏକ ପଲିଥିନରେ ଗୁଡା ହୋଇ ପୋଖରୀ ମଧ୍ୟରେ ଭାସୁଥିବା ଲକ୍ଷ୍ୟ କରାଯାଇଛି । ତେବେ ଏଭଳି କାଣ୍ଡ ପଛରେ କିଏ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ । ଖବର ପାଇ ମଧ୍ୟ ଦୀର୍ଘ ସମୟ ଧରି ପୋଲିସ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତ ୧୪ ତାରିଖରେ ମଧ୍ୟ ଖଣ୍ଡପଡା ଏନଏସିର ଦୁଇ ନମ୍ବର ୱାର୍ଡର ଏକ ମସଜିଦ ନିକଟରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁରମାନେ ଖାଉଥିବା ଦେଖିବାକୁ ମିଳିଥିଲା । ୪ ମାସ ପୂର୍ବେ ନୟାଗଡ ସଦର ମହକୁମାର ଏକ କ୍ଲିନିିକରେ ଭ୍ରୁଣ ହତ୍ୟା ହେଉଥିବା ଖବର ପାଇ ପ୍ରଶାସନ କ୍ଲିନିକକୁ ସିଲ କରିଥିଲା । ଏହା ସତ୍ତେ୍ୱ ଏଠାରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏନେଇ ଚର୍ଚ୍ଚା ଏବେ ଜୋର ଧରିଛି ।
previous post