ଓଡିଶା

ପ୍ରତ୍ୟାର୍ପଣ ବିରୋଧରେ ମାଲ୍ୟାଙ୍କ ଲଣ୍ଡନ କୋର୍ଟରେ ଆବେଦନ

ନୂଆଦିଲ୍ଲୀ: ୯,୦୦୦ କୋଟି ଟଙ୍କା ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ଓ୍ବାଣ୍ଟେଡ ଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଭାରତକୁ ପ୍ରତ୍ୟାର୍ପଣ ବିରୋଧରେ ଲଣ୍ଡନ କୋର୍ଟରେ ଆବେଦନ କରିଛନ୍ତି । ଲଣ୍ଡନର ସୁପ୍ରିମକୋର୍ଟରେ ମାଲ୍ୟା ଏହି ଆବେଦନ ଦାଖଲ କରିଛନ୍ତି। ଅପ୍ରେଲ ୨୦ରେ ବ୍ରିଟିଶ ହାଇକୋର୍ଟ ମାଲ୍ୟାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ୧୪ ଦିନ ମଧ୍ୟରେ ପୁନଃ ଆବେଦନ କରିବାର ଥିଲା ।

କିଙ୍ଗଫିସର ଏୟାରଲାଇନ୍ସର ୬୪ ବର୍ଷ ବୟସ୍କ ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟା ମାର୍ଚ୍ଚ ୨୦୧୬ଠାରୁ ବ୍ରିଟେନରେ ଅଛନ୍ତି ଏବଂ ଅପ୍ରେଲ ୨୦୧୭ରେ ପ୍ରତ୍ୟାର୍ପଣ ୱାରେଣ୍ଟ ପରଠାରୁ ଜାମିନରେ ଅଛନ୍ତି। ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ପ୍ରତ୍ୟାର୍ପଣ ଚୁକ୍ତିନାମା ୧୯୯୨ରେ ସ୍ବାକ୍ଷରିତ ହୋଇଥିଲା। ନଭେମ୍ବର ୧୯୯୩ଠାରୁ ଏହି ଚୁକ୍ତି କାର୍ୟ୍ୟକାରୀ ହୋଇଛି । ଏପର୍ୟ୍ୟନ୍ତ କେବଳ ଗୋଟିଏ ସଫଳ ପ୍ରତ୍ୟାର୍ପଣ ବ୍ରିଟେନରୁ ଭାରତ ପର୍ୟ୍ୟନ୍ତ ହୋଇଛି।

Related posts

ରାଜ୍ୟରେ ବନ୍ଦ ହେଲା ସବୁ କୋଭିଡ୍ ହସ୍ପିଟାଲ

mahabharatanews

ସାରଡାରେ ଗୋପାଳ ଜୀଉଙ୍କ ହୋଲି ଖେଳ

mahabharatanews

ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

mahabharatanews