Uncategorized

ପ୍ରଦୂଷଣମୁକ୍ତ ଫଳ

(ମହାଭାରତ): କଦଳୀ କାନ୍ଦି ଗଛରେ ଝୁଲୁଥିବା ଅବସ୍ଥାରେ କଦଳୀ ଶୀଘ୍ର ବଢ଼ି ପାକଳ ହେବା ପାଇଁ •ଷୀ କାନ୍ଦିରୁ ଭଣ୍ଡାକୁ ବାହାରକରି ସେ ସ୍ଥାନରେ କିଛି ୟୁରିଅ । ସାରକୁ ପଲିଥିନ ବ୍ୟାଗରେ ରଖି ବାନ୍ଧନ୍ତି । ଏହାଦ୍ୱାରା ୟୁରିଅ ।ର ଅ ।ମାଇଡ୍ ନାମକ ଏକ ବିଷାକ୍ତ ତ୍ୱଚା କଞ୍ଚା କଦଳୀକୁ ପ୍ରଦୂଷିତ କରେ । ଏହି ପ୍ରଦୂଷିତ କଦଳୀ ଖାଇଲେ ବିଭିନ୍ନ ପେଟ ରୋଗ ହୁଏ ।

ଫଳ ସୁଷମ ଖାଦ୍ୟର ଏକ ମୁଖ୍ୟ ଅଂଶ । ଫଳରେ ସ୍ନେହସାର ବ୍ୟତୀତ ଅନ୍ୟ ତିନିଗୋଟି ଖାଦ୍ୟ ଉପାଦାନ ଯଥା ପ୍ରୋଟିନ୍ ବା ପୁଷ୍ଟିସାର, କାର୍ବୋହାଇଡ୍ରେଟ୍ ବା ଚିନି ଜାତୀୟ ଖାଦ୍ୟ ଏବଂ ଭିଟାମିନ୍ ବା ଜୀବନିକା ଭରପୂର ଥାଏ । ଶରୀର ପାଇଁ ଅ ।ବଶ୍ୟକ ସମସ୍ତ ଧାତବ ଲବଣ ଯଥା ଅ ।ଇରନ୍ (ଲୌହ), ମାଙ୍ଗାନିଜ, କପର (ତମ୍ବା), ଜିଙ୍କ୍ (ଦସ୍ତା), କ୍ରୋମିୟମ, ସେଲେନିୟମ, ସୋଡିୟମ, ପଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ସଲ୍ଫର ସହ ବହୁ ପରିମାଣର ଅ ।ଣ୍ଟି ଅକ୍ସିଡାଣ୍ଟଥାଏ । ବୟସ୍କ ଏବଂ ରୋଗୀମାନଙ୍କ ପାଇଁ ଫଳ ଏକ ଉତ୍ତମ ପଥ୍ୟ ସଦୃଶ । ତେଣୁ ଡାକ୍ତରମାନେ ଫଳକୁ ଦୈନଦିନ ଖାଦ୍ୟର ଏକ ମୁଖ୍ୟ ଅଂଶ ଭାବରେ ପରାମର୍ଶ ଦେଇଥାଅ।ନ୍ତି ।

ବିକ୍ରି ହେଉଥିବା ମୁଖ୍ୟ ଫଳ ମଧ୍ୟରେ ଅ ।ମ୍ବ, କଦଳୀ, ସେଓ, କମଳା, ସପେଟା, ଅମୃତଭଣ୍ଡା, ଅ ।ତ, ଅଙ୍ଗୁର, ପିଜୁଳି, ବେଦନା ଅ ।ଦି ମୁଖ୍ୟୟ ଫଳ କଲାବେଳେ ଖଟା ଏବଂ ସ୍ୱାଦହୀନ ଥାଏ । ଏହା ପାଚିଲେ ଏହାର ରଙ୍ଗ ବଦଳେ, ସୁସ୍ୱାଦୁ ଏବଂ ନରମ ହୋଇ ଶରୀରର ଅଭିବୃଦ୍ଧି ପାଇଁ ସମସ୍ତ ଖାଦ୍ୟସାର ଯୋଗାଇଥାଏ । ବର୍ତ୍ତମାନ ବଜାରରେ ଅଜୈବ ବା ସିନ୍ଥେଟିକ୍ ଇଥରାଲ ମିଳିଲାଣି । ଭକ୍ତ ଇଥରାଲକୁ କଞ୍ଚା ଫଳରେ ସିଞ୍ଚନ କଲେ ଫଳ ଶୀଘ୍ର ପାଚିଯାଏ ।
ଏହାଦ୍ୱାରା ଫଳର ରଙ୍ଗ ଅବଶ୍ୟ ବଦଳେ, କିନ୍ତୁ ଫଳର ଅମ୍ଳ ଅଂଶ ରହିବା ସହ ଏହା ପ୍ରଦୂଷିତ ହୁଏ । ଗୋଦାମରେ କଦଳୀଠାରୁ ଅ ।ରମ୍ଭକରି ସମସ୍ତ ପ୍ରକାର କଞ୍ଚା ଫଳରେ ଫଳ ବ୍ୟବସାୟୀ ସିନ୍ଥେଟିକ ଇଥରାଲ ପ୍ରୟୋଗକରି ଫଳକୁ ଜବରଦସ୍ତ ପ•ଇ ବିକ୍ରି କରୁଛନ୍ତି । ଇଥରାଲ ବଦଳରେ ବହୁ ଫଳ•ଷୀ ଏବଂ ବ୍ୟବସାୟୀ ବଜାରରେ ସୁବିଧାରେ ମିଳୁଥିବା କ୍ୟାଲସିୟମ କାର୍ବାଇଡ ନାମକ ଏକ ଭଙ୍ଗୁର ରାସାୟନିକ ପଦାର୍ଥକୁ ଝୋଟ ବା ପଲିଥିନ ବ୍ୟାଗ୍ରେ କଞ୍ଚାଫଳ ପାଚିବା ପାଇଁ ବ୍ୟବହାର କରିଛନ୍ତିି ।

ଉପରୋକ୍ତ ବ୍ୟାଗ୍ରେ କଞ୍ଚା ଫଳକୁ ରଖି ଫଳ ମଝିରେ କିଛି କ୍ୟାଲସିୟମ କାର୍ବାଇଡ୍ ଥୋଇ ଦିଅନ୍ତି । ଏହା ଫଳରେ ଥିବା ଜଳୀୟ ଅଂଶ ଏବଂ ବ୍ୟାଗ୍ର ଅନ୍ତର୍ନିହିତ ଉପରେ ଏସିଟିଲିନ୍ ନାମକ ଏକ ବିଷାକ୍ତ ରାସାୟନିକ ଗ୍ୟାସ୍ ବାହାରି ଫଳକୁ ପ•ଏ । କ୍ୟାଲସିୟମ କାର୍ବାଇଡରେ ଅ ।ରସେନିକ୍ ଭଳି ଏକ ବିଷାକ୍ତ ରାସାୟନିକ ପଦାର୍ଥ ଥାଏ । ଫଳ ପାଚି ନରମ ହେଲେ ଉକ୍ତ ବିଷାକ୍ତ ଗ୍ୟାସ୍ ଏବଂ ଅ ।ର୍ସେନିକର କିଛି ଅଂଶ ଫଳରେ ରହିଯାଏ । ଏହାଦ୍ୱାରା ଫଳ ପ୍ରଦୂଷିତ ହୁଏ
ଜବରଦସ୍ତ ପାଚୁଥିବା ଫଳକୁ ଖାଇ ଅ ।ମେ ବିଭିନ୍ନ ପେଟରୋଗ ଏବଂ ମାରାମକ୍ର ପାକସ୍ଥଳୀ ଏବଂ ଅନ୍ତନଳୀ କ୍ୟାନ୍ସରରେ ପୀଡ଼ିତ ହେବା ଅ।ଶଙ୍କା ଥାଏ । କଦଳୀ କାନ୍ଦି ଗଛରେ ଝୁଲୁଥିବା ଅବସ୍ଥାରେ କଦଳୀ ଶୀଘ୍ର ବଢ଼ି ପାକଳ ହେବା ପାଇଁ ଚାଷୀ କାନ୍ଦିରୁ ଭଣ୍ଡାକୁ ବାହାରକରି ସେ ସ୍ଥାନରେ କିଛି ୟୁରିଅ । ସାରକୁ ପଲିଥିନ ବ୍ୟାଗରେ ରଖି ବାନ୍ଧନ୍ତି ।

ଏହାଦ୍ୱାରା ୟୁରିଅ ।ର ଅ ।ମାଇଡ୍ ନାମକ ଏକ ବିଷାକ୍ତ ତ୍ୱଚା କଞ୍ଚା କଦଳୀକୁ ପ୍ରଦୂଷିତ କରେ । ଏହି ପ୍ରଦୂଷିତ କଦଳୀ ଖାଇଲେ ବିଭିନ୍ନ ପେଟ ରୋଗ ହୁଏ । ସେଓ ଏବଂ କମଳା ଜାତୀୟ ଫଳକୁ ଅଧିକ ଦିନ ସାଇତି ରଖି ବିକ୍ରି ପାଇଁ କେତେଜଣ ବ୍ୟବସାୟୀ ଉକ୍ତ ଫଳକୁ ତରଳ ପାରାଫିନ୍ ବା ମହମର ଲେପ ଦିଅନ୍ତି । ତାରାଫିନ୍ ଲେପ ଦ୍ୱାରା ଫଳର ପ୍ରଶ୍ୱସନ ପ୍ରକ୍ରିିୟା କମ୍ ହୁଏ । ଯାହାଦ୍ୱାରା ଫଳ ନ ପଚି ଅନେକ ଦିନ ରହେ ଏବଂ ଫଳ ବାହାରକୁ ଚିକ୍କଣ ଦେଖାଯାଏ । ପ୍ରଦୂଷିତ ଫଳ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଫଳ ଯେହେତୁ ଏକ ସୁଷମ ଖାଦ୍ୟ ଏହାକୁ ଅ ।ମେ ଅବଶ୍ୟ ଛାଡ଼ିପାରିବା ନାହିଁ । ତେଣୁ ଏଗୁଡ଼ିକୁ କିଣିବା ପରେ ବିଶୁଦ୍ଧ ପାଣିରେ ଭଲ ଭାବେ ଧୋଇ ଖାଇବା ଉଚିତ । ଏହାଛଡ଼ା ପରୀକ୍ଷାରୁ ଜଣାପଡ଼ିଛି ଯେ ପାଚିବାକୁ ଥିବା ଫଳକୁ ଏକ ବ୍ୟାଗରେ ରଖି ଫଳଗୁଡ଼ିକର ମଝିରେ କିଛି ଗଛ ପାଚିଲା କଦଳୀ ଥୋଇଲେ କଞ୍ଚା ଫଳ ବିନା ପ୍ରଦୂଷଣରେ ପାଚିଥାଏ । କାରଣ ପାଚିଲା କଦଳୀରେ ଥିବା ଜୈବିକ ଇଥରାଲରୁ ଏହାର ଗ୍ୟାସ୍ ବାହାରି ଫଳକୁ ପଚାଏ । ବିନା ରାସାୟନିକ ଦ୍ରବ୍ୟ ପ୍ରୟୋଗରେ ଫଳକୁ ପଚାଇବା ପାଇଁ ବର୍ତ୍ତମାନ ଘୋଡ଼ଣୀ ଥିବା ଧାତୁ ର୍ନିମିତ ଏକ ପାତ୍ର ବଜାରରେ ବିକ୍ରି ହେବାକୁ ଯାଉଛି । ଅର୍ଦ୍ଧ ପାଚିବା ଫଳକୁ ଉକ୍ତ ପାତ୍ରରେ ଥୋଇ ଢାଙ୍କୁଣିକୁ ଘୋଡ଼ାଇଲେ ଫଳରୁ ଜୈବ ଇଥିଲିନ ଏବଂ ଅଙ୍ଗାରକାମ୍ଳ ଗ୍ୟାସ୍ ବାହାରି ଫଳକୁ କମ୍ ସମୟରେ ବିନା ପ୍ରଦୂଷଣରେ ପ•ଏ ।

Related posts

ମା’ଙ୍କ ସହ ରହିବେ ରାହୁଲ ଗନ୍ଧି

mahabharatanews

କୋଭିସିଲ୍ଡକୁ ପ୍ରଥମ ପର୍ଯ୍ୟାୟରେ ବ୍ୟାକ୍‌ଅପ୍‌ ଭାବେ ବ୍ୟବହାର ହେବ: ରଣଦୀପ ଗୁଲେରିଆ

mahabharatanews

ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

Leave a Comment