ଓଡିଶା

ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଧାରଣା

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଟାଉନ ନୋଡାଲ ହାଇସ୍କୁଲ ପରିସରରେ ଛାତ୍ରଛାତ୍ରୀ, ଅବିଭାବକ ଓ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଧାରଣା ଦିଆଯାଇଛି । ହାଇସ୍କୁଲ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଳଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରି ଏହି ଧାରଣା ଦିଆଯାଇଛି । ସୂଚନା ଅନୁସାରେ, କିଛି ଦିନ ତଳେ ଏହି ସ୍କୁଲର ଛାତ୍ର ସବ୍ୟସାଚୀ ବେହେରା ସ୍କୁଲରୁ ଫେରୁଥିବା ବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଉକ୍ତ ଘଟଣାରେ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ । ଏନେଇ ଜାନୁଆରି ୨୦ ତାରିଖରେ ନିର୍ଦ୍ଦେଶ ଜାରି ହୋଇଥିଲା । ତେବେ ବିନା କାରଣରେ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବାରୁ ଏହାକୁ ହାଇସ୍କୁଲ ପରିଚାଳନା କମିଟି ନିନ୍ଦା କରିଛି । ଏହାସହ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଛି । ଫଳରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ସ୍କୁଲ ପରିସରରେ ଧାରଣା ଦେଇଛନ୍ତି । ଅନ୍ୟପଟେ, ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନଙ୍କ ସହ ଏବାବଦରେ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଧାରଣା ଜାରି ରହିବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

Related posts

ଆଜି ୨୭ ଜିଲ୍ଲାରୁ ୧୨୬୪ ନୂଆ ପଜିଟିଭ ଚିହ୍ନଟ

mahabharatanews

ମାସ୍କ,ପିପିଇ କିଟ ଦୁର୍ନତୀ: ଜିଲ୍ଲାପାଳ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

mahabharatanews

ବାଉନସର ପ୍ରସଙ୍ଗରେ ମତ ପରିବର୍ତ୍ତନ କଲେ ସୁର

mahabharatanews