ଓଡିଶା

ପ୍ରେମିକର ଅତ୍ୟାଚାର ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ସଦର ଥାନା ବେଣୀପୁର ଗାଁରେ ଜଣେ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରେମିକର ଅତ୍ୟାଚାରରେ ଅତିଷ୍ଠ ହୋଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ପ୍ରେମ ଜାଲରେ ଫସାଇ ଜଣେ ଯୁବକ କିଛିଦିନ ତଳେ ଉକ୍ତ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲା । ପରେ ତାଙ୍କୁ ହଇରାଣ କରିବା ସହ ମାଡ ମାରୁଥିଲା । ଫଳରେ ଯୁବତୀ ଜଣକ ନିଜ ବାପ ଘରେ ଆସି ରହୁଥିଲେ । ଯୁବକ ଜଣକ ଏହା ପରେ ମଧ୍ୟ ଯୁବତୀଙ୍କ ଘରକୁ ଆସି ବାରମ୍ବାର ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରୁଥିଲେ । ଫଳରେ ଯୁବକଙ୍କ ଏଭଳି ଅତ୍ୟାଚାର ଅସହ୍ୟ ହେବାରୁ ଯୁବତୀ ଜଣକ ଗତ ରବିବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଡାକ୍ତରଖାନାକୁ ପଠାଇଛି । ଏହି ଘଟଣାର ଅଭିଯୁକ୍ତ ସୁଜିତ ମଲ୍ଲିକଙ୍କୁ ଗିରଫ କରିବାକୁ ନାବାଳିକାଙ୍କ ପରିବାର ଲୋକଙ୍କ ପକ୍ଷରୁ ଦାବି କରାଯାଇଛି ।

Related posts

ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

mahabharatanews

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଳକ ଗୁରୁତର

mahabharatanews

ଯାତ୍ରୀବାହୀ ବସ ଓଲଟି ୨୦ ଆହତ, ୩ ଗୁରୁତର

mahabharatanews

Leave a Comment