ଓଡିଶା

ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଆକ୍ରମଣ

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲାରେ କାଠମାଫିଆଙ୍କ ପ୍ରାଦୂର୍ଭାବ ଦିନକୁ ଦିନ ବଢି ଚାଲିଛି । ପୋଲିସ ଆଖିରେ ଧୂଳି ଦେଇ ଏଠାରେ ବେଧଡକ ଭାବେ ବହୁ ମୂଲ୍ୟବାନ କାଠର ଚୋରାଚାଲାଣ ହେଉଛି । ତେବେ ଏହାକୁ ରୋକିବା ପାଇଁ ବନ ବିଭାଗର ପ୍ରୟାସ ଜାରି ରହିଛି । କିନ୍ତୁ ଜଙ୍ଗଲରୁ କାଠ ଚୋରି ହେଉଥିବା ଜାଣିବା ପରେ ଏହାକୁ ରୋକିବା ପାଇଁ ଯାଇ ବନବିଭାଗର ଜଣେ ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଆକ୍ରମଣର ଶିକାର ହେବାକୁ ପଡିଛି । ବାରିପଦା ସଦର ମହକୁମା ମହୁଳଡିହା ଅଞ୍ଚଳରେ ଏହି ଘଟଣା ଘଟିଛି । ଫରେଷ୍ଟ ଗାର୍ଡଙ୍କ କହିବାନୁସାରେ ଗୁରୁବାର ଭୋର ସମୟରେ ପାଟ୍ରୋଲିଂ ବେଳେ ଏକ କାଠ ମାଲବାହି ପିକ୍ଅପ୍ ଭ୍ୟାନକୁ ସେ ଅଟକାଇଥିଲେ । ଏହି ସମୟରେ ଗାଡି ଡ୍ରାଇଭର ଓ ତାଙ୍କ ସହ ଥିବା ଅନ୍ୟ ଦୁଇ ଜଣ ସେଠାରୁ ଖସି ପଳାଇଥିଲେ । ତେବେ ଗାଡିର ଛାନଭିନ୍ କରିବା ବେଳେ ବାଇକ୍ ଧରି ୧୦ରୁ ଅଧିକ ଯୁବକ ସେଠାରେ ପହଞ୍ଚି ଫରେଷ୍ଟ ଗାର୍ଡଙ୍କ ଉପରକୁ ଆକ୍ରମଣ କରିଥିଲେ । ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଜବତ ହୋଇଥିବା କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଧରି ସେଠାରୁ ଦୂର୍ବୃର୍ତ୍ତମାନେ ପଳାଇଯାଇଥିଲେ । ପରେ ବାରିପଦା ବନ ବିଭାଗ ଅଧିକାରୀ ସେଠାରେ ପହଞ୍ଚି ଆହତ ଫରେଷ୍ଟ ଗାର୍ଡଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ । ଏହା ସହ ଆକ୍ରମଣକାରୀ କାଠମାଫିଆଙ୍କ ବିରୁଦ୍ଧରେ ଥାନାରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ଅଗଷ୍ଟ ୧୧ରୁ ଯୁକ୍ତ ତିନି ନାମଲେଖା ଲାଗି ଆବେଦନ

mahabharatanews

ସରୋଜିନୀ ଏକାଡେମୀର ୩ୟ ବାର୍ଷିକ ଉତ୍ସବ

mahabharatanews

କାର ଧକ୍କାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଗୋଡ ଭାଙ୍ଗିଲା

mahabharatanews

Leave a Comment