ଓଡିଶା

ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୁଞ୍ଜକାନ୍ତ ଠାରେ ଥିବା ଏକ ଫାଇନାନ୍ସ କମ୍ପାନୀର ଅଫିସରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ଲାପଟପ, ମୋବାଇଲ ଓ ସୁନାଗହଣା ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୮ଟାରେ ୭ରୁ ୮ଜଣ ଡକାୟତ ହେଲମେଟ ପିନ୍ଧି କମ୍ପାନୀର ଅଫିସ ଭିତରେ ପଶି ୪ ଜଣ କର୍ମଚାରୀଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ସବୁ ଜିନିଷ ଲୁଟି ନେବା ପରେ ବାହାରେ ତାଲା ପକାଇ ବାଇକରେ ଫେରାର ହୋଇ ଯାଇଥିଲେ । ଖବର ପାଇ ପୋଲିସ ଆହତ କର୍ମଚାରୀମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।

ରାତିରେ କମ୍ପାନୀର ୪ଜଣ କର୍ମଚାରୀ ଖାଇ ବସିଥିବା ବେଳେ ଡକାୟତମାନେ ହେଲମେଟ ପିନ୍ଧି ହାତରେ କଟୁରୀ ଧରି ଅଫିସ ଭିତରକୁ ପଶି ଅ।ସି ଟଙ୍କା ମାଗିଥିଲେ । କର୍ମଚାରୀମାନେ ଟଙ୍କା ନଥିବା କହିବାରୁ ସେମାନେ କିଛି ନଶୁଣି ଚାବି ନେଇ ଲକର ଖୋଲିଥିଲେ । କିନ୍ତୁ ଟଙ୍କା ନପାଇବାରୁ କେଉଁଠି ଟଙ୍କା ଲୁୁଚାଇ ରଖିଛ ବୋଲି ପଚାରି ଆମକୁ ଆକ୍ରମଣ କରିଥିଲେ ବୋଲି କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ସୁନେଶ ପ୍ରଧାନ କହିଛନ୍ତି । ତେବେ ଡକାୟତମାନେ କମ୍ପାନୀର ୪ କର୍ମଚାରୀଙ୍କ ମୋବାଇ ଦୁଇଟି ଲାପଟପ, ଗୋଟିଏ ସୁନା ମୁଦି ଓ ଏକ ମଙ୍ଗଳସୂତ୍ର ନେଇ ପଳାଇ ଯାଇଥିଲେ ।

Related posts

 କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ 

mahabharatanews

ବୋଟରୁ ତେଲ ଚୋରି କରି ୩ ଗିରଫ

mahabharatanews

ମନରେଗା, ଗ୍ରାମ୍ୟ ଗୃହନିର୍ମାଣ ଯୋଜନାର ଜିଲ୍ଲା ସ୍ତରୀୟ ସମୀକ୍ଷା

mahabharatanews

Leave a Comment