Uncategorized

ଫିଲ୍ମ ‘ଅନୁ ମ୍ୟାଡ଼ମ’

(ମହାଭାରତ): ନିର୍ମାଣ ହେଉଛି ଫିଲ୍ମ ‘ଅନୁ ମ୍ୟାଡ଼ମ’ । ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଫିଲ୍ମଟିର ମହୁରତ ସରି ଶୁଟିଂ ଆରମ୍ଭ ହୋଇଯାଇଛି । ଫିଲ୍ମରେ ଅନୁ ଜଣେ ଅଧ୍ୟାପିକା ଭୂମିକାରେ ଅଭିନୟ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ତାଡ଼କି ଗାଁରେ ସିନେମାର ଶୁଟିଂ ଆରମ୍ଭ ହୋଇଛି । ତରଙ୍ଗ ସିନେ ପ୍ରଡ଼କ୍ସନ ନିବେଦିତ ଏବଂ କୁହୁ ସିନେ ଫେକ୍ସ ପ୍ରଯୋଜିତ ଏହି ଫିଲ୍ମଟି ଅନ୍ତର୍ଜାତୀୟ ମହିଳା ଦିବସ ଅର୍ଥାତ ମାର୍ଚ୍ଚ ୮ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ନିର୍ଦ୍ଦେଶନା ଭାର ତାପସ ସରଘରିଆ ସମ୍ଭାଳିଥିବା ବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଶୁଭେନ୍ଦୁ ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନିଲ କୁମାର ।
ସୂଚନାଯୋଗ୍ୟ ଅନୁ ଚୌଧୁରୀ ଜାରି ଥର ଶ୍ରେଷ୍ଟ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ‘ଗାରେ ସିନ୍ଦୁର ଧାରେ ଲୁହ’ , ‘ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ‘ ଓମ ଶାନ୍ତି ଓମ’, ‘ଶାଶୁ ଘର ଚାଲିଯିବି ପାଇଁ ସେ ଏହି ପୁରସ୍କାର ପାଇଥିଲେ । ‘ଗୋଜବାୟାଣୀ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ଼ରେ ଡ଼େବ୍ୟୁ କରିଥିଲେ । ୫୦ରୁ ଅଧିକ ଫିଲ୍ମରେ ସେ କାମ କରିଛନ୍ତି ।

Related posts

ସରକାରୀ ସୁବିଧାରୁ ବଞ୍ଚିତ ୬୦ ବର୍ଷୀୟ ଦିବ୍ୟାଙ୍ଗ

mahabharatanews

କେନ୍ୟା: ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ

mahabharatanews

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟ ୪୯, ୨ ଭେଣ୍ଟିଲେଟରରେ

mahabharatanews

Leave a Comment